www.samajalive.in
Sunday, December 7, 2025
15.1 C
Bhubaneswar

କଲକାତାରେ ବର୍ଷା ବିତ୍ପାତ, ୯ ମୃତ

କଲକାତା: ଦୁର୍ଗାପୂଜା ପାଇଁ ସମଗ୍ର ସହର ଉତ୍ସବମୁଖର ହୋଇଉଠିଥିବାବେଳେ ମଙ୍ଗଳବାର ପଶ୍ଚିମବଙ୍ଗର ରାଜଧାନୀ କଲକାତାରେ ପ୍ରବଳ ବର୍ଷା ଯୋଗୁଁ ଏହି ପାର୍ବଣ ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଛି। ବର୍ଷା ଜନିତ ଘଟଣାରେ କଲକାତା ଓ ଆଖପାଖ ଅଞ୍ଚଳରେ ୯ ଜଣ ପ୍ରାଣ ହରାଇଥିବାବେଳେ ଆଉ କେତେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ସାତଜଣ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିବା କୁହାଯାଇଛି। ସୋମବାର ରାତିରୁ କଲକାତାରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ଏଥିଯୋଗୁଁ ବସ୍‌, ଟ୍ରେନ ଓ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ୬୨ଟି ବିମାନ ଉଡାଣ ଓ ଅବତରଣକୁ ବାତିଲ କରାଯାଇଥିବାବେଳେ ୪୨ ବିମାନ ବିଳମ୍ବରେ ଯାତ୍ରା କରିଥିବା ଜଣାପଡିଛି।

କଲକାତାର ନେତାଜୀ ସୁଭାଷ ବୋଷ ଆନ୍ତର୍ଜାତିକ ବିମାନବନ୍ଦରରେ ପାଣି ଜମିଥିବା ଜଣାପଡିଛି। ରାସ୍ତାରେ ବର୍ଷା ଜଳ ଜମିଥିବାରୁ ଯାତାୟାତ ବ୍ୟବସ୍ଥାକୁ ବିପନ୍ନ କରିଛି। କଲକାତା ସହରର ତଳୁଆ ଅଞ୍ଚଳରେ ଥିବା ଶତାଧିକ ଘରେ ପାଣି ପ୍ରବେଶ କରିଛି। ବର୍ଷା ଯୋଗୁଁ ମଙ୍ଗଳବାର ସହରର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି। ଗରିଆ କାମଦାହାରିରେ ସର୍ବାଧିକ ୩୩୨ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଯୋଧପୁର ପାର୍କରେ ୨୮୫, କାଳୀଘାଟରେ ୨୮୦, ତୋପ୍‌ସିଆରେ ୨୭୫ ଓ ବାଲିଗଞ୍ଜରେ ୨୬୪ ମିମି ବର୍ଷା ହୋଇଥିବା ଜଣାପଡିଛି। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ କଲକାତାରେ ଭୀଷଣ ବର୍ଷା ହୋଇଥିବା କୁହାଯାଇଛି।

- Advertisement -

ମଙ୍ଗଳବାର ଅନେକ ଟ୍ରେନ୍‌‌ ବାତିଲ କରାଯାଇଛି। ହାଓଡ଼ା ଷ୍ଟେସନରୁ ଅନେକ ଲୋକାଲ୍‌‌ ଟ୍ରେନ୍‌‌ ବାତିଲ ହେବା ଦ୍ୱାରା ଯାତ୍ରୀମାନେ ହଟହଟାର ଶିକାର ହୋଇଛନ୍ତି। ଏହି ଲୋକାଲ ଟ୍ରେନ ଗୁଡ଼ିକ ହେଲା ହାଓଡ଼ା-ମାଶାଗ୍ରାମ, ହାଓଡ଼ା-ବଣ୍ଡେଲ୍‌‌, ହାଓଡ଼ା-ତାରକେଶ୍ୱର ଓ ହାଓଡ଼ା-ହରିପାଲ। କେତେକ ଏକ୍ସପ୍ରେସ ଟ୍ରେନ୍‌ ବିଳମ୍ବରେ ଯାତ୍ରାରମ୍ଭ କରିଛି। ରେଳ ଧାରଣାରେ ପାଣି ଜମା ହୋଇଥିବାରୁ ଟ୍ରେନ୍‌‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୂରଗାମୀ ଟ୍ରେନ୍‌‌ଗୁଡ଼ିକ ହାଓଡ଼ା ଷ୍ଟେସନ୍‌‌ରେ ପ୍ରବେଶ କରିନପାରି ଦୀର୍ଘ ସମୟ ଆଉଟର ସିଗ୍‌ନାଲରେ ଅଟକି ରହିଥିଲା। ସିଆଲଦାରୁ ଅନେକ ଟ୍ରେନ୍‌‌କୁ ମଧ୍ୟ ବାତିଲ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories