www.samajalive.in
Friday, December 12, 2025
19.1 C
Bhubaneswar

ଉପକୂଳରେ ଖସିଲା ପାରଦ; ସିଝୁଛି ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର : ଉପକୂଳରେ ତାତି କମିଲା, କିନ୍ତୁ ଜଳୁଛି ପଶ୍ଚିମ ଓଡ଼ିଶା। ଦାଉ ଦାଉ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରୁ ନିସ୍ତାର ମିଳୁନି। ଗତକାଲି ଉପକୂଳବର୍ତ୍ତୀ ଜିଲାରେ ଅସରାଏ ବର୍ଷା ଯୋଗୁଁ ପାରଦ ସାମାନ୍ୟ ଖସିଛି। ହେଲେ ପଶ୍ଚିମ ଓଡ଼ିଶାରେ ଅବସ୍ଥା ଯାହା ଥିଲା ସେଇଆ ଅଛି। ତେବେ ଏହା ପ୍ରାକ୍ ମୌସୁମି ବର୍ଷା ନୁହେଁ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଏପରି ଅବସ୍ଥା ଆଉ କିଛିଦିନ ଲାଗି ରହିବ ଏବଂ ମୌସୁମି ବର୍ଷା ଆସିବା ବିଳମ୍ବ ହେବ ବୋଲି କୁହାଯାଇଛି।
ଗତକାଲି ୧୫ଟି ସହରରେ ତାପମାତ୍ରା ୪୦ଂ ଅତିକ୍ରମ କରିଥିବା ବେଳେ ଗୁରୁବାର ୭ଟି ସହରରେ ତାତି ଏହି ସୀମା ଟପିଛି। ଆଜି ସୁନ୍ଦରଗଡ଼ ଓ ଟିଟିଲାଗଡ଼ରେ ସର୍ବାଧିକ ୪୩ଂ ରେକର୍ଡ କରାଯାଇଛି। ତାଳଚେର ଓ ମାଲକାନଗିରିରେ ୪୧.୮ଂ, ବଲାଙ୍ଗିରରେ ୪୦.୫ଂ, ସୋନପୁରରେ ୪୦.୨ଂ ଏବଂ ଝାରସୁଗୁଡ଼ାରେ ପାରଦ ୪୦ଂ ରହିଥିଲା। ଅନ୍ୟ ସହର ମଧ୍ୟରେ ସମ୍ବଲପୁରରେ ୩୯.୨ଂ, ହୀରାକୁଦରେ ୩୯ଂ, ଅନୁଗୋଳରେ ୩୭.୧ଂ, ଫୁଲବାଣୀରେ ୩୭ଂ ରହିଥିଲା। କାଳବୈଶାଖୀ ବର୍ଷା ଯୋଗୁଁ ଉପକୂଳ ଜିଲାରେ ତାପମାତ୍ରା ହ୍ରାସ ପାଇଛି। ଆଜି ଚାନ୍ଦବାଲିରେ ୩୬.୪ଂ, ବାଲେଶ୍ବର, କଟକ ଓ କେନ୍ଦୁଝରରେ ୩୬ଂ, ଭୁବନେଶ୍ବରରେ ୩୪ଂ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌ଆର ବିଶ୍ବାସ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବାରୁ ତାପମାତ୍ରା କମିଛି। ତେବେ ଏହା ପ୍ରାକ୍ ମୌସୁମି ବର୍ଷା ନୁହେଁ। ମୌସୁମି ଆସିବାରେ ଆଉ କିଛିଦିନ ସମୟ ଲାଗିବ ବୋଲି ସେ କହିଛନ୍ତି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories