www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଆଶୀର୍ବାଦ ରୋଷେଇ ଘରର ଏହି ମସଲା

ଆପଣଙ୍କ ରୋଷେଇ ଘରେ ଥିବା ଗୋଲମରିଚ କେବଳ ଯେ ମସଲା ତାହା ନୁହେଁ ବରଂ ଏହାର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ଯଦି ଆପଣ ଖାଲି ପେଟରେ ପାଣିରେ ଗୋଲମରିଚ ମିଶାଇ ସେବନ କରନ୍ତି ତେବେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଆୟୁର୍ବେଦ ଅନୁଯାୟୀ ସକାଳ ସମୟରେ ଅଳ୍ପ ଉଷୁମ ପାଣି ସହ ଗୋଲମରିଚ ମିଶାଇ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଫଳରେ ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ। ଶରୀରକୁ ମଧ୍ୟ ସଂକ୍ରମଣରୁ ରକ୍ଷା କରିଥାଏ।

courtesy : Alberton Record

ପେଟର ବୃଦ୍ଧି କମ କରିଥାଏ –
ପାଣି ସହ ଗୋଲମରିଚ ମିଶାଇ ପିଇଲେ ଏହା ପେଟର ବୃଦ୍ଧି ମାତ୍ରାକୁ କମ କରିଥାଏ। ଶରୀରରେ ଥିବା କ୍ୟାଲୋରୀକୁ କମ କରି ଓଜନ ହ୍ରାସ ପାଇଁ ସହାୟକ ହୋଇଥାଏ। କ୍ଷୀରରେ ଅଳ୍ପ ଗୋଲମରିଚ ମିଶାଇ ପିଇବା ଦ୍ୱାରା ଆପଣଙ୍କୁ ନିୟମିତ ଲାଗି ରହୁଥିବା ଥଣ୍ଡା ଜନିତ ସମସ୍ୟା ଦୂର କରିଥାଏ।

- Advertisement -
courtesy : sepalika.com

କୋଷ୍ଠକାଠିନ୍ୟ ଦୂର କରିଥାଏ –
ଯେଉଁମାନଙ୍କ କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ସେମାନେ ନିୟମିତ ପାଣିରେ ଗୋଲମରିଚ ମିଶାଇ ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

courtesy : Inc.

ଶକ୍ତି ବଢାଇଥାଏ –
ପାଣି ସହ ଗୋଲମରିଚ ମିଶାଇ ପିଇବା ଦ୍ୱାରା ଶରୀରରେ ଶକ୍ତିର ମାତ୍ରା ବୃଦ୍ଧି ପାଇଥାଏ। ଜଳୀୟଅଂଶ ମଧ୍ୟ ସଠିକ ରହିଥାଏ। ଏହାସହ ଏସିଡ଼ିଟି, ଗ୍ୟାସଟିକ ସମସ୍ୟା ଦୂର କରେ।

courtesy : Safe Drinking Water Foundation

ଜଳୀୟ ଅଂଶ କମି ଗଲେ-
ପାଣିରେ ଗୋଲମରିଚ ମିଶାଇ ପିଇବା ଦ୍ୱାରା , ଆପଣଙ୍କ ଶରୀରରେ ଜଳୀୟଅଂଶ ସଠିକ ମାତ୍ରାରେ ରହେ। ଫଳରେ ଆପଣଙ୍କୁ ହାଲିଆ ଅନୁଭବ ହୋଇନଥାଏ। ଚର୍ମ ମଧ୍ୟ ସୁସ୍ଥ ରହିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories