www.samajalive.in
Monday, December 8, 2025
27.1 C
Bhubaneswar

କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କ’ଣ କରାଯିବା ଉଚିତ୍‍ ଓ କ’ଣ କରାଯିବା ଉଚିତ୍‍ ନୁହେଁ ସେ ସଂକ୍ରାନ୍ତରେ ଏକ ପରାମର୍ଶ ସୂଚୀ ପ୍ରକାଶ କରିଛି।
-ଲୋକମାନଙ୍କୁ ନିଜ ନିଜର ସ୍ୱାସ୍ଥ୍ୟ ପ୍ରତିସଚେତନ ହେବାକୁ ପରାମର୍ଶ ଦିଆଯାଇଛି।
-ବାରମ୍ବାର ସାବୁନରେ ହାତ ଧୋଇବା ପାଇଁ କୁହାଯାଉଛି।
-ହାତ ମଇଳା ଦେଖାଯିବା ସମୟରେ ଏହାକୁ ପାଇପ ପାଣିରେ ସାବୁନରେ ଭଲ ଭାବେ ଧୋଇବା ପାଇଁ ପରାମର୍ଶ ଦିଆଯାଇଛି।
-ହାତ ମଇଳା ଦେଖାଯାଉ ନ ଥିବା ସ୍ଥଳେ ସାନିଟାଇଜର ବ୍ୟବହାର କରାଯାଇ ପାରିବ। ବ୍ୟବହାର କରାଯାଇଥିବା ଟିସୁ ପେପର ଗୁଡ଼ିକୁ ତୁରନ୍ତ ଡଷ୍ଟବିନରେ ପକାଇବେ।
-ଛିଙ୍କିବା ଏବଂ କାଶିବା ସମୟରେ ଟିସୁ ପେପର ବ୍ରବହାର କରିବା ଅବା ନିଜର ମୁହଁକୁ ଆବୃତ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
-ଅସୁସ୍ଥତା ଅନୁଭବ କରିବା ସ୍ଥଳେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି।
-ସର୍ବସାଧାରଣ ସ୍ଥାନମାନଙ୍କରେ ଛେପ ଖଙ୍କାର ନ ପକାଇବାକୁ ପରାମର୍ଶ ଦିଆଯାଇଛି। କାଶୁଥିବା କିମ୍ବା ଜ୍ୱର ହୋଇଥିବା ଲୋକଙ୍କଠାରୁ ଦୂରରେ ରହିବାକୁ କୁହାଯାଇଛି।
-କୌଣସି ଜୀବଜନ୍ତୁଙ୍କୁ ନ ଛୁଇଁବା ଓ ରନ୍ଧା ହୋଇ ନଥିବା ମାଂସ ସଂସ୍ପର୍ଶରେ ନ ଆସିବାକୁ ମଧ୍ୟ କୁହାଯାଇଛି।
-ପଶୁ ଫାର୍ମ, ଜୀବନ୍ତ ଜୀବଜନ୍ତୁ ବଜାର ଓ କଂସେଇଖାନା ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories