www.samajalive.in
Sunday, December 7, 2025
15.1 C
Bhubaneswar

ବର୍ଷେ ହେଲା ବିନା ଡାକ୍ତରରେ ଚାଲିଛି ଆରଡି ସ୍ୱାସ୍ଥ୍ୟକେନ୍ଦ୍ର

ଆରଡି : ଗ୍ରାମାଞ୍ଚଳର ଲୋକମାନଙ୍କୁ ମୈାଳିକ ସୁବିଧା ଯୋଗାଇ ଦେବା ପାଇଁ ନାନାବିଧ ଯୋଜନା ପ୍ରଣୟନ କରୁଛନ୍ତି ସରକାର। ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ମଧ୍ୟ ବ୍ୟୟ ବରାଦ କରାଯାଉଛି। ହେଲେ ଆଜି ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ ଆଦି ସମସ୍ୟାର ସୁଧାର ଆସି ପାରିନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡି ଧାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୧ବର୍ଷ ହେବ ଡାକ୍ତର ନଥିବାରୁ ରୋଗୀ ସେବା ଯେପରି ଠପ୍‍ ହୋଇଯାଇଛି। ସବୁଠାରୁ ବଡ କଥା ହେଲା ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆରଡି ପଞ୍ଚାୟତ ସମେତ ନାନ୍ଦପୁର, ଓଳଗ, ସୁନ୍ଦରପୁର ପଞ୍ଚାୟତର ପାଖାପାଖି ୧୨ହଜାର ଲୋକ ନିର୍ଭର କରୁଥିବା ବେଳେ ତିହିଡି ବ୍ଲକର ଶ୍ୟାମସୁନ୍ଦରପୁର, ଉପରଦୁମୁକା, ତଳଦୁମୁକା ଗାଁର ଲୋକମାନେ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି। ସେହିପରି ପଡୋଶୀ କେନ୍ଦ୍ରପଡ଼ା ଓ ଯାଜପୁର ଜିଲାର ମାନପୁର, ଗୁଣ୍ଠଳ, କର୍ଣ୍ଣପୁର, ଆଦି ଗାଁର ମଧ୍ୟ ଲୋକମାନେ ପ୍ରାଥମିକ ଚିକିତ୍ସା ପାଇଁ ନଈ ପାରି ହୋଇ ଆସିଥାନ୍ତ। ଏପରିକି ପ୍ରସିଦ୍ଧ ଶୈବକ୍ଷେତ୍ରକୁ ଆସୁଥିବା ବହୁ ଶ୍ରଦ୍ଧାଳୁମାନେ ମଧ୍ୟ ପ୍ରାଥମିକ ଚିକିତ୍ସା ନିମନ୍ତେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ପ୍ରାୟ ପ୍ରତିଦିନ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଭିଡ ଲାଗି ରହୁଥିଲେ ମଧ୍ୟ ଡାକ୍ତର ନଥିବାରୁ ବାଧ୍ୟ ହୋଇ ଫାର୍ମାସିଷ୍ଟ ଓ ରାତ୍ର ଜଗୁଆଳି ରୋଗୀମାନଙ୍କର ପ୍ରାଥମିକ ଚିକିତ୍ସା କରୁଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ଏପରିକି ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକତା ଅନୁଯାୟୀ ବେଡ୍ ନଥିବାରୁ ରୋଗୀମାନେ ବାରଣ୍ଡାରେ ଚିକିତ୍ସା ହେଉଥିବା ରୋଗୀମାନଙ୍କ ସର୍ମ୍ପକୀୟ ଅଭିଯୋଗ ଆଣିଛନ୍ତି। ସେହିପରି ଡାକ୍ତର ନଥିବାରୁ ଦିନ ୧୨ଟା ବାଜିଲେ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଥିବା ବେଳେ ସାମାନ୍ୟ ଜ୍ୱର, ଥଣ୍ଡା ଚିକିତ୍ସା ପାଇଁ ୪୦କିମି ଦୂର ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ଯାଉଛନ୍ତି। ଫଳରେ ବହୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ପ୍ରାଥମିକ ସ୍ୱାସ୍ଥ୍ୟସେବା ନପାଇ ନିରାଶ ହୋଇ ମୁହଁ ଫେରାଉଛନ୍ତି। ସେହିପରି ପ୍ରସୂତି ମହିଳାଙ୍କ ପାଇଁ ୱାର୍ଡ଼ ରହିଥିଲେ ମଧ୍ୟ କୈାଣସି ବିଭାଗୀୟ କର୍ମଚାରୀ ନଥିବାରୁ ଗର୍ଭବତୀ ମହିଳା କିଏ ଯାତାୟତ ସମୟରେ ଯନ୍ତ୍ରଣାରେ ଛଟପଟ ହୋଇ ବାଟରେ ପ୍ରସବ କରୁଛି ତ ଆଉକିଏ ଘରୋଇ ନର୍ସିଂହୋମର ଆଶ୍ରୟ ନେଉଛି। ସରକାରଙ୍କର ୫ଟି ଯୋଜନା ଯେପରି ଆରଡିପୀଠ ପାଇଁ ଉପହାସ ପାଲଟିଛି ବୋଲି ସ୍ଥାନୀୟ ଅଧିବାସୀ ରାହସ ବିହାରୀ ନାୟକ, ରତ୍ନାକର ଦାସ, ଅଶୋକ ଖଟୁଆ, ଅମର ପାଢୀ ପ୍ରମୁଖ କରିଛନ୍ତି। ଏପରି ସମସ୍ୟା ବାବଦରେ ସିଡିଏମଓଙ୍କଠାରୁ ଆରମ୍ଭ କରି ଲୋକ ପ୍ରତିନିଧି ଓ ଜିଲା ପ୍ରଶାସନଙ୍କୁ ଗୁହାରୀ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସ୍ଥାନୀୟ ଲୋକମାନେ ସ୍ୱର ଉଠାଇଛନ୍ତି। ଏପରିକି ଯଦି ଆଗାମୀ ଦିନରେ ଆରଡିପୀଠର ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ଯୋଗାଇ ଦିଆନଯାଏ ତେବେ ଜନଆନ୍ଦୋଳ ତେଜିବ ବୋଲି ସ୍ଥାନୀୟ ଲୋକମାନେ ଚେତାବନୀ ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories