www.samajalive.in
Saturday, December 6, 2025
16.1 C
Bhubaneswar

ସ୍ୱାସ୍ଥ୍ୟ ବଜେଟ୍‍ ଆକାର ବଢ଼ିବ

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଉପସ୍ଥାପିତ ହେବାକୁ ଯାଉଥିବା ମୋଦୀ ସରକାରଙ୍କ ଶେଷ ବଜେଟ୍‍ରେ ସ୍ୱାସ୍ଥ୍ୟ ସେବା ପାଇଁ ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ଅଧିକ ୫% ବ୍ୟୟ ବରାଦ ହେବ। ଏଥିସହିତ ସମଗ୍ର ଦେଶରେ ଅତିରିକ୍ତ ୫ ହଜାର ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେବ। ସେହି ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣା ସ୍ୱାସ୍ଥ୍ୟ ସେବା ଓ ନିଦାନ ସହିତ ମାଗଣା ଔଷଧ ଉପଲବ୍ଧ ହେବ। ୨୦୧୭-୧୮ରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୫୨,୮୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା।
ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ବା ଆୟୁଷ୍ମାନ ଭାରତ ଯୋଜନାର ଆଦୃତି ପରେ ମୋଦୀ ସରକାର ଏହାକୁ ପରିବର୍ଦ୍ଧନ କରିବାକୁ ଯୋଜନା କରୁଛନ୍ତି। ଏହି ଆଧାରରେ ଦେଶର ବିଭିନ୍ନ ଅଞ୍ଚଳରେ ‘ହେଲ୍‍ଥ ଆଣ୍ଡ ୱେଲନେସ୍‍’ ସେଣ୍ଟର ସ୍ଥାପନା ହେବ। ଏଥିସହିତ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଟ୍ରମା ଓ ଆଶୁ ଚିକିତ୍ସା ସେବାକୁ ଅଧିକ ଦକ୍ଷ କରିବା ପାଇଁ କେନ୍ଦ୍ର ସରକାର ବଜେଟରେ ବ୍ୟବସ୍ଥା କରିବେ ବୋଲି ଜଣାପଡ଼ିଛି।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories