ବଡ ଖବର:
# କର୍ଣ୍ଣାଟକ ରାଜନୈତିକ ଡ୍ରାମାରେ ନୂଆ ମୋଡ, ଆସନ୍ତାକାଲି ୧୧ଟା ଯାଏଁ ଗୃହ ମୁଲତବୀ, କାଲି ହୋଇପାରେ ଆସ୍ଥା ଭୋଟ
# ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି – ଯେ ପର୍ଯ୍ୟନ୍ତ ପାକିସ୍ଥାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇଛି, ସେ ଯାଏ ଏୟାର ଷ୍ଟ୍ରାଇକ ପରି ପଦକ୍ଷେପ ନିଆଯିବ
# ଭାରତୀୟ ରେଳବାଇର ବଡ ଘୋଷଣା – ‘ନୋ ବିଲ, ନୋ ପେମେଣ୍ଟ’ – ଷ୍ଟେସନ କିମ୍ବା ଟ୍ରେନରେ ସାମଗ୍ରୀ ବିକୁଥିବା ବିକ୍ରେତା ଯଦି ବିଲ୍ ନଦିଅନ୍ତି ତେବେ କିଣିଥିବା ସାମଗ୍ରୀ ମାଗଣାରେ ମିଳିବ
# ଆସନ୍ତା ୨୨ ତାରିଖ ଅପରାହ୍ନ ୨ଟା ୪୩ ମିନିଟରେ ଉତ୍କ୍ଷେପଣ ହେବ ଚନ୍ଦ୍ରଯାନ-୨
# କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୦ରେ ହେବ ମତଦାନ
ଆଞ୍ଚଳିକ
– ନିର୍ବାଚନ ପୂର୍ବରୁ ବିଭିନ୍ନ ଯୋଜନାର ବିଜ୍ଞାପନରେ ରାଜ୍ୟ ସରକାର ପ୍ରାୟ ୮୬ କୋଟି ଟଙ୍କା ଖର୍ଚ୍ଚ କରିଥିବା ସୂଚନା
– ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକଙ୍କ ଦୁର୍ବ୍ୟବହାର ଘଟଣାକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ
– ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବା ସମ୍ଭାବନା, ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ, ୧୮ଟି ଜିଲ୍ଲାକୁ ସତର୍କତା ଜାରି
– ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ ଅଫ୍ ମାର୍କ ପ୍ରକାଶିତ, ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୮୮ହଜାର ୨୨୨ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ
– କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୦ରେ ୩୦୯ଟି ବୁଥରେ ହେବ ମତଦାନ, ମଇଦାନରେ ୧୦ ପ୍ରାର୍ଥୀ
– ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଆନ୍ଧ୍ର ସୀମାନ୍ତ ବୀରାଭରମ୍ ଗାଁର ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ
ଜାତୀୟ
– ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରତ୍ୟାଖାନ କଲେ କର୍ଣ୍ଣାଟକର ପ୍ରଖ୍ୟାତ ଥିଏଟର କଳାକାର, କବି ତଥା ନାଟ୍ୟକାର ଏସ. ରଘୁନନ୍ଦନ
– ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଅଗଷ୍ଟ ୨ରେ ମୁକ୍ତ ଅଦାଲତରେ ଶୁଣାଣି କରିବେ
– ଦେଶରେ ଚାଲିଥିବା ୨୬ଟି ଗରୀବ ରଥ ଟ୍ରେନକୁ ଧିରେ ଧିରେ ମେଲ ଏକ୍ସପ୍ରେସକୁ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି
– ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା
– ବିହାର ବନ୍ୟାରେ ନିଜ ପିଲାକୁ ବଞ୍ଚାଇବାକୁ ଯାଇ ମା ସହ ୩ପିଲା ନଦୀକୁ ଡେଇଁବା ପରେ ୩ଶିଶୁ ମୃତ, ମା ଗୁରୁତର
– ୪୦ ବର୍ଷ ପୂର୍ବରୁ ଅବସର ନେଇଥିବା ବାୟୁସେନା ଅଧିକାରୀ ସିବିଆର ପ୍ରସାଦ ତାଙ୍କର ସମସ୍ତ ସଞ୍ଚିତ ଅର୍ଥ ପ୍ରତିରକ୍ଷା ବିଭାଗକୁ ଦାନ କରିଛନ୍ତି
– ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ସାକ୍ଷାତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମହାରାଷ୍ଟ୍ରର ବିକାଶ ଉପରେ ଦେଲେ ଗୁରୁତ୍ୱ
– ବିଦେଶ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, କୁଳଭୂଷଣ ଯାଦବ ନିର୍ଦ୍ଦୋଷ, ଶୀଘ୍ର ମୁକ୍ତ କରୁ ପାକିସ୍ତାନ
– ପୂର୍ବତନ କଂଗ୍ରେସ ନେତା ଅଳ୍ପେଶ ଠାକୋର ଓ ଧବଲ ସିଂହ ଝାଲା ବିଜେପିରେ ସାମିଲ
– ପଶ୍ଚିମବଙ୍ଗର ୧୨ ଜଣ ଟିଭି କଳାକାର ବିଜେପିରେ ସାମିଲ
– ସାମୁହିକ ହନୁମାନ ଚାଳିଶା ପାଠରେ ସାମିଲ ହେବାରୁ ତିନି ତଲାକ ମାମଲାର ଆବଦେନକାରୀ ଇଶରତ୍ ଜାହାଁଙ୍କୁ ହତ୍ୟା ଧମକ
ଆନ୍ତର୍ଜାତିକ
– କୁଳଭୂଷଣ ଯାଦବଙ୍କ ପ୍ରସଙ୍ଗରେ ଆନ୍ତର୍ଜାତିକ କୋର୍ଟଙ୍କ ନିଷ୍ପତ୍ତିକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପ୍ରଶଂସା
– ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ ଲିଗ-ନୱାଜ’ର ନେତା ଶାହିଦ ଖାକାନ ଆବାସି ଗିରଫ



