www.samajalive.in
Saturday, December 6, 2025
19.1 C
Bhubaneswar

ମଲ୍ଲିକପଡା ଧାନମଣ୍ଡି ପୁନଃ ଚାଲୁପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର

ହରଭଙ୍ଗା : ହରଭଙ୍ଗା ବ୍ଲକ ଶଙ୍କୁଲେଇ ପଂଚାୟତ ଅର୍ନ୍ତଗତ ମଲ୍ଲିକପଡାଠାରେ ପୁନଃ ଧାନମଣ୍ଡି ଖୋଲିବା ପାଇଁ ସ୍ଥାନୀୟ ସରପଂଚ ଏବଂ ସମିତି ସଭ୍ୟ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ଦାବୀପତ୍ରରେ ଦୀର୍ଘ ୫ବର୍ଷ ହେଲା ମଲ୍ଲିକପଡାଠାରେ ଏକ ଧାନମଣ୍ଡି ଖୋଲା ଯାଇଥିଲା। କିନ୍ତୁ ଗତବର୍ଷ ଧାନମଣ୍ଡି ବନ୍ଦ ଯୋଗୁଁ ୨ଶହ ଚାଷୀ ଧାନବିକ୍ରି ପାଇଁ ହଇରାଣ ଭୋଗୁଥିବା ବାରମ୍ବାର ଅଭିଯୋଗ କରୁଛନ୍ତି। ତୁରନ୍ତ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମଲ୍ଲିକପଡାଠାରେ ଧାନମଣ୍ଡି ପୁନଃ ଚାଲୁକରିବା ପାଇଁ ସରପଂଚ ସୁଶ୍ରୀତା ଛନ୍ଦ ଏବଂ ସମିତିସଭ୍ୟା ରଶ୍ମିତା ମହାକୁଡ ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି।
ସୂଚନା ଥାଉ କି ଶଙ୍କୁଲେଇ ସେବାସମବାୟ ଅଧିନରେଥିବା ପାଣିଘରା, ବୁଲୁରା, ରାଉତପଡା, ବୃହସ୍ପତିପୁର, ମଲ୍ଲିକପଡା, ମାଝିସାହି, ସୁରୁଣ୍ଡି, ଭେଜିଗୁଡା, ସମ୍ବଲପୁର ଭଳି ୦୯ଟି ଗାଁ ଲୋକଙ୍କ ପାଇଁ ସଙ୍କୁଲେଇ ମଣ୍ଡିର ଦୂରତା ପାଖାପାଖି ୧୦ କିଲୋମିଟର ରହିଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ଏକ ମଣ୍ଡି ଖୋଲାଗଲେ ଚାଷୀ ଧାନ ସୁବିଧାରେ ବିକ୍ରି କରିପାରନ୍ତେ ବୋଲି ଜିତେନ ବଘାର,ଶଚିନ୍ଦ୍ର ନାଏକ,ପ୍ରଦୀପ ଭୋକ୍ତା,ଆସ୍ତିକ ପଲ୍ଲିଆ ,ଅମରେଶ ପ୍ରଧାନ ପ୍ରମୁଖ ଗ୍ରାମବାସୀ ଦାବୀ କରିଛନ୍ତି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories