www.samajalive.in
Sunday, December 7, 2025
13.1 C
Bhubaneswar

୫ଦିନ ମଧ୍ୟରେ ୩ଟିସ୍ଥାନରୁ ଚୋରି

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଆଡେଣିଗଡ ଫାଣ୍ଡି ନାକତଳେ ରହିଥିବା ଜାତୀୟରାଜପଥ ବିଭାଗର ଏକ ଡାକବଙ୍ଗଳା ପରିସରରୁ ସୋମବାର ବିଳମ୍ବିତ ରାତ୍ରୀରେ ପୁଣି ଚୋରି ହୋଇଥିବା ଜଣାପଡିଛି। ଦୁର୍ବୃତ୍ତମାନେ ଡାକବଙ୍ଗଳାରୁ ଗୋଟିଏ ଡବଲବେଡ ଖଟ ସହିତ ପାଣି ପମ୍ପ ଚୋରି କରିଥିବା ବିଭାଗୀୟ କତୃପକ୍ଷ ମଙ୍ଗଳବାର ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲଗାତାର ଏହି ଥାନା ଅଂଚଳରେ ଚୋରି ଘଟଣା ବୃଦ୍ଧି ପାଉଥିବା ବେଳେ ଅପରାଧି ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ଘଟଣା ଘଟାଉଛନ୍ତି।
ସୂଚନାମତେ ଗତ ରବିବାର ବିଳମ୍ବିତ ରାତ୍ରୀରେ ପୁରୁଣାକଟକ ଥାନା ନାକତଳେ ଥିବା ଚାରିଛକ କଲ୍ୟାଣମଣ୍ଡପରୁ ଏକ ପାଣିପମ୍ପ ଚୋରି ହୋଇଥିବା ଘଟଣାକୁ ନେଇ ଥାନାରେ ମାମଲା ପଂହଚିଥିଲା। ଏହାର ତିନିଦିନ ପୂର୍ବରୁ ଉକ୍ତ କଲ୍ୟାଣ ମଣ୍ଡପ ସମ୍ମୁଖରେ ଥିବା ରଣଜିତ ପାତ୍ରଙ୍କ ଘରୁ ଗୁରୁବାର ବିଳମ୍ବିତ ରାତ୍ରୀରେ ଏକ ବୁଲେଟ ଚୋରି ଘଟଣା ଘଟିଥିଲା। ଏହା ପୂର୍ବରୁ ଗତ ୧୬ ତାରିଖ ଦିନ ଉକ୍ତ କଲ୍ୟାଣ ମଣ୍ଡପ ପଛ ପାଶ୍ୱର୍ରେ ଥିବା ସାଂସଦ ଖାନଙ୍କ ଘରୁ ସୁନା,ରୁପା ଅଳଙ୍କାର ସହ ଟଙ୍କା ଚୋରି ଘଟଣା ଘଟିଥିଲା।ନିୟମିତ ବ୍ୟବଧାନରେ ପୁରୁଣାକଟକ ଥାନା ଅଂଚଳରେ ଚୋରି ଘଟଣା ବୃଦ୍ଧିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ନାକାବନ୍ଦୀ ଯାଂଚ ଆରମ୍ଭ କରାଯାଇଛି। ତଥାପି ଅପରାଧିମାନେ ପୁଲିସକୁ ଚ୍ୟାଲେଞ୍ଜ କରି ଥାନା ଏବଂ ଫାଣ୍ଡି ନାକତଳୁ ଚୋରି ଘଟଣା ଘଟାଇବା ପୁଲିସର ମୁଣ୍ଡବିନ୍ଧାର କାରଣ ସାଜିଛି। ଦିନେ ଦୁଇ ଦିନ ବ୍ୟବଧାନରେ ଏଭଳି ଚୋରି ଘଟଣାକୁ ନେଇ ସାଧାରଣଲୋକେ ଭୟଭୀତ ଅବସ୍ଥାରେ ରହୁଥିବା ଜଣାପଡିଛି। ଏ ଦିଗରେ ପୁଲିସ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସବୁ ମହଲରୁ ଦାବୀ ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories