www.samajalive.in
Sunday, December 7, 2025
14.1 C
Bhubaneswar

ତାଲିମରେ ଯାଇଛନ୍ତି ୪ ଆରଆଇ, ଖାଲିପଡିଛି ସୁପରଭାଇଜର ପଦବୀ

ହରଭଙ୍ଗା: ସମ୍ପ୍ରତି ହରଭଙ୍ଗା ତହସିଲରେ ରାଜସ୍ୱ ନିରୀକ୍ଷକ ମରୁଡି ଦେଖାଦେଇଛି ।ଯାହାଫଳରେ ବିଭିନ୍ନ ଜାତିଗତ, ବାସିନ୍ଦା, ଆୟ ପ୍ରମାଣପତ୍ର କାର୍ଯ୍ୟରେ ବିଳମ୍ବ ଘଟୁଛି ।ବର୍ତ୍ତମାନ ସମୟରେ ମହାନଦୀରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ସମୟରେ ଜଣେ ଜଣେ ରାଜସ୍ୱ ନିରୀକ୍ଷକ ଦୁଇ ଦୁଇଟି ସର୍କଲ ଦାୟିତ୍ୱ କିପରି ତୁଳାଇବେ ତାହାକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି ।

ହରଭଙ୍ଗା ତହସିଲ ଅଧୀନରେ ହରଭଙ୍ଗା, ଆଡେଣିଗଡ, ପୁରୁଣାକଟକ, ଧଳପୁର, ବୀରନରସିଂହପୁର, ଦେବଗଡ ଏବଂ ସରସରା ଭଳି ୭ଟି ଆରଆଇ ସର୍କଲ ରହିଛି । ଏହି ଆରଆଇ ସର୍କଲ ଅଧୀନରେ ୨୨ଟି ପଂଚାୟତ ରହିଛି । ଗତ ମେ ମାସରୁ  ୪ଜଣ ଆରଆଇ ବିଭାଗୀୟ ତାଲିମ ନେବା ପାଇଁ ସମ୍ବଲପୁର ଯାଇଥିବାବେଳେ  ରାଜସ୍ୱ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।ଖାଲି ସେତିକି ନୁହେଁ  ହରଭଙ୍ଗା ତହସିଲ ରାଜସ୍ବ ସୁପରଭାଇଜର ପଦବୀ ଦୀର୍ଘ ଦିନ ହେଲା ଖାଲିପଡିଥିବା ଜଣାପଡିଛି ।ଯାହା ଫଳରେ ଜଣେ ଆରଆଇଙ୍କୁ ସୁପରଫାଇଜର ସହିତ ୨ ଟି ଆରଆଇ ସର୍କଲର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ୪ଜଣ ଆରଆଇ ତାଲିମରେ ଯାଇଥିବାରୁ ଖାଲିପଡିଥିବା ଧଳପୁର, ଆଡେଣିଗଡ, ସରସରା, ପୁରୁଣାକଟକ ଆରଆଇ ସର୍କଲର ଅତିରିକ୍ତ ଦାୟିତ୍ୱ  ୩ଜଣ ଆରଆଇଙ୍କୁ ତୁଲାଇବାକୁ ପଡୁଛି ।ରାଜସ୍ୱ ନିରୀକ୍ଷକ କର୍ମଚାରୀ ତହସିଲର  ମୁଖ୍ୟ କର୍ମଚାରୀ ହୋଇଥିବାବେଳେ ବର୍ତ୍ତମାନ ସମୟରେ ୪ଜଣ ଆରଆଇଙ୍କ ଅନୁପସ୍ଥିତି ଯୋଗୁଁ ତହସିଲ କାର୍ଯ୍ୟାଳୟ ନାହିଁ ନାହିଁ ଅବସ୍ଥାରେ ଚାଲିଛି । ଏପରି କି ଯଦି ଆଗକୁ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ତା’ହେଲେ ତାଲିମରେ ଯାଇଥିବା ଆରଆଇଙ୍କ ଦାୟିତ୍ୱକୁ ତହସିଲଦାର କିପରି ପରିଚାଳନା କରିବେ ତାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଏଣୁ ଖାଲିପଡିଥିବା ତହସିଲ ସୁପରଫାଇଜର ପଦବୀକୁ ଶୀଘ୍ର ପୂରଣ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ଉଠୁଛି ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories