www.samajalive.in
Wednesday, December 10, 2025
26.1 C
Bhubaneswar

ହରଭଙ୍ଗାରେ କରୋନା ସ୍ଥିତି ଭୟଙ୍କର, ୫ଟି ଓାର୍ଡକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା

ହରଭଙ୍ଗା: ହରଭଙ୍ଗା ବ୍ଲକରେ କରୋନାସ୍ଥିତି ଭୟଙ୍କର ଆଡକୁ ଗତିକରୁଛି। ଏହାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ହରଭଙ୍ଗା ଗ୍ରାମର ୫ଟି ଓାର୍ଡକୁ ମଙ୍ଗଳବାର କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏ ନେଇ ଆଜି ଡାକବାଜି ଯନ୍ତ୍ର ସାହାଯ୍ୟରେ ସବୁ ଓାର୍ଡରେ ବୁଲି ବୁଲି ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୂଚନା ଦିଆଯାଇଥିବା ବେଳେ ଗାଁ ଲୋକ କେହି ବାହାରକୁ ଯିବେ ନାହିଁ,ଅନ୍ୟ ଗାଁ ଲୋକ ହରଭଙ୍ଗାକୁ ପ୍ରବେଶ ବାରଣ କରାଯାଇଛି। ଏଥି ସହିତ ପରବର୍ତ୍ତି ନିର୍ଦେଶନାମା ପର୍ଯ୍ୟନ୍ତ ଏହି ନିର୍ଦେଶ ବଳବତ୍ତର ରହିବ ବୋଲି ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା ସୂଚନା ଦେଇଛନ୍ତି। ହରଭଙ୍ଗା ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା କରାଯାଇଥିଲେ ସୁଦ୍ଧା ଏହି ଅଞ୍ଚଳ ପାଇଁ କେଉଁ କେଉଁ ସୁବିଧା ଉପଲବ୍ଧ ରହିବ, ଦୋକାନ-ବଜାର ଖୋଲାରହିବ କି ନାହିଁ ସେ ସଂର୍ପକରେ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଲୋକଙ୍କୁ ପ୍ରଦାନ କରାଯାଇନାହିଁ। ତେବେ ଏ ସଂର୍ପକରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା କହିଛନ୍ତି ଯେ କଣ୍ଟେନ୍‌ମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସେବା ଜାରିରହିବ ଏବଂ ପରବର୍ତ୍ତି ନିର୍ଦେଶନାମା ପର୍ଯ୍ୟନ୍ତ ଏହା ବଳବତର ରହିବ ବୋଲି କହିଛନ୍ତି।

 

- Advertisement -

ସୂଚନା ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ବ୍ଲକରୁ ୧୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ କରୋନା ସଂକ୍ରମିତ ସଂଖ୍ୟା ୮୨ରେ ପହଞ୍ଚିଛି। ଆଜିର ଆକ୍ରାନ୍ତ ତାଲିକାରେ ବ୍ଲକର ହରଭଙ୍ଗା ଗ୍ରାମରୁ ସର୍ବାଧିକ ୭ଜଣ, ସୁରୁଣ୍ଡି, ସମ୍ବଲପୁର, କୁଶାସିଙ୍ଗା, ଚାରିଛକ, ବନ୍ଧାପଥର, ରାଣୀସାହି, ବଡବାଗବର , ତାଳପଦରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ତିଲେଶ୍ୱରରୁ ୨ଜଣ ଚିହ୍ନଟ ହୋଇଥିବା ଜଣାପଡିଛି। ଦିନକୁ ଦିନ ଗ୍ରାମାଞ୍ଚଳରେ ମହାମାରୀ କରୋନା କାୟାବିସ୍ତାର କରୁଥିବା ବେଳେ ପ୍ରଶାସନ ପକ୍ଷରୁ କଟକଣାକୁ କଡାକଡି କରିବାକୁ ଦାବି ହେଉଛି।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories