ହରଭଙ୍ଗା: ରଭଙ୍ଗା ବ୍ଲକ ସଦରମହକୁମା ଚାରିଛକରୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରଣ ସମସ୍ୟା ତୁରନ୍ତ ସମାଧାନ ପାଇଁ ମଙ୍ଗଳବାର ସ୍ଥାନୀୟ ଜୟ ଦୂର୍ଗା ବ୍ୟବସାୟୀ ସଂଘ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ଦାବୀପତ୍ରରେ ଉଲ୍ଲଖ କରାଯାଇଛି ଯେ ଚାରିଛକସ୍ଥିତ ବ୍ଲକ ମୁଖ୍ୟାଳୟରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଦୀର୍ଘ ୧୫ବର୍ଷ ହେଲା ରହିଛି।
ଗତ ଏକ ବର୍ଷ ତଳେ କାର୍ଯ୍ୟାଳୟର ଚାରିଛକରେ ସ୍ଥାୟୀ କୋଠା ନିର୍ମାଣ ପାଇଁ ଜମି ଚିହ୍ନଟ ସାଙ୍ଗକୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ମାତ୍ର ଚାରିଛକରୁ ପୁରୁଣାକଟକକୁ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେବା ନେଇ ସୂଚନା ମିଳିଛି। ଏହାକୁ ଦୃଷ୍ଟିରେ ରଖି ସଂଘ ପକ୍ଷରୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରଣ ବନ୍ଦ ନିମନ୍ତେ ସଂଘ ସଭାପତି ଦିଲ୍ଲିପ ସାହୁ,ଅଜିତ କୁମାର ନାୟକ,ମାନଓ କୁମାର ବେହେରା,ହରିଶଙ୍କର ସାହୁ ପ୍ରମୁଖ କର୍ମକର୍ତ୍ତା ବୌଦ୍ଧ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି।



