www.samajalive.in
Saturday, December 6, 2025
26.1 C
Bhubaneswar

ହିତାଧିକାରୀଙ୍କ ଘରକୁ ଯାଇ ତହସିଲଦାର ବାଣ୍ଟିଲେ ଜମିପଟ୍ଟା

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ର ସୋମବାର ଅପରାହ୍ନରେ କୁଶଙ୍ଗ ଗ୍ରାମର ୫ଜଣ ହିତାଧିକାରୀଙ୍କ ଘରେ ପହଞ୍ଚି ସେମାନଙ୍କୁ ଜମିପଟ୍ଟା ପ୍ରଦାନ କରାଯିବା ଭଳି ପ୍ରଥମ ଘଟଣା ଦେଖିବାକୁ ମିଳିଛି।ଆଜି ତହସିଲଦାରଙ୍କ ପକ୍ଷରୁ କୁଶଙ୍ଗ ଜଗନ୍ନାଥ ମନ୍ଦିର ଜମି ପଟ୍ଟା ଜୟନ୍ତ କୁମାର ହୋତା ଏବଂ ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ଜମି ପଟ୍ଟା ମୁରଲୀଧର ସାହୁଙ୍କୁ ପ୍ରଦାନ କରିଥିଲେ। ଏହା ସହିତ ତ୍ରୀଲୋଚନ ସାହୁ, ନିର୍ମଳ କୁମାର ବେହେରା ଏବଂ ଲବକିଶୋର ସାହୁ ଭଳି ଅନ୍ୟ ୩ଜଣଙ୍କ ପାଖରେ ପହଞ୍ଚି ଜମିପଟ୍ଟା ପ୍ରଦାନ କରିଥିବା ଜଣାପଡ଼ିଛି। ୨୦୧୬ ମସିହାରୁ ପଟ୍ଟା ପାଇଁ ବାରମ୍ବାର ତହସିଲକୁ ଦୌଡୁଥିବା ହିତାଧିକାରୀମାନେ ହାତ ପାହାନ୍ତରେ ତହସିଲଦାରଙ୍କଠାରୁ ପଟ୍ଟା ଗ୍ରହଣ ପରେ ତାଙ୍କ କାର୍ଯ୍ୟଶୈଳୀକୁ ସାଧୁବାଦ ଜଣାଇଛନ୍ତି। ଏ ସଂର୍ପକରେ ତହସିଲଦାର ଶମ୍ଭୁଭୁଷଣ ମିଶ୍ରଙ୍କୁ ପଚାରିବାରୁ ଦୀର୍ଘବର୍ଷଧରି ପଟ୍ଟା ବାକିଥିବା ହିତାଧିକାରୀମାନଙ୍କୁ ଆମେ ଆଗକୁ ମଧ୍ୟ ସେମାନଙ୍କ ଘରେ ଯାଇ ଜମିପଟ୍ଟା ପ୍ରଦାନ କରିବୁ। ଜମି ପଟ୍ଟା ପାଇଁ ଯେପରି ଜଣେ ବି ହିତାଧିକାରୀ ତହସିଲ ଅଫିସକୁ ଦୌଡି ହଇରାଣ ନ ହୁଅନ୍ତି ସେଥିପ୍ରତି ଯତ୍ନବାନ ହେବା ଆମର ଉଦେଶ୍ୟ ବୋଲି କହିଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories