www.samajalive.in
Monday, December 8, 2025
27.1 C
Bhubaneswar

ଯାତ୍ରା ଆୟୋଜନକୁ ନେଇ ପୁଲିସ – ଗ୍ରାମବାସୀ ଧସ୍ତାଧସ୍ତି

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତିଲେଶ୍ୱର ପଞ୍ଚାୟତ ଖଣ୍ଡହତା ଗ୍ରାମରେ ଯାତ୍ରା ଆୟୋଜନକୁ ନେଇ ପୁଲିସ ଓ ଗ୍ରାମବାସୀ ମଧ୍ୟରେ ଗୁରୁବାର ରାତିରେ ଉତ୍ତେଜନା ସହିତ ଧସ୍ତାଧସ୍ତି ଘଟିଥିବା ନେଇ ଖବର ମିଳିଛି। ଶେଷରେ ଉତେଜନା ହ୍ରାସ ପାଇଁ ପୁଲିସ ପକ୍ଷରୁ ଲାଠି ଚାଲନା କରାଯାଇଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ଖଣ୍ଡହତା ଗ୍ରାମରେ କାଳୀ ପୂଜାରେ ଯାତ୍ରା ପରିବେଷଣକୁ ନେଇ ପୁଲିସ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । କୋଭିଡ କଟକଣା ସତ୍ୱେ ଯାତ୍ରା ଆୟୋଜନକୁ ବାରଣ ସତ୍ୱେ ଏକ ହଜାର ଲୋକ ଏକାଠି ହେବା ଘଟଣା ସମ୍ପର୍କରେ ପୁରୁଣା କଟକ ପୁଲିସ ଖବର ପାଇ ଯାତ୍ରା ଆୟୋଜନକୁ ବନ୍ଦ ପାଇଁ ଲୋକଙ୍କୁ ବୁଝାଇଥିଲେ । ମାତ୍ର ଏଥିରେ ଲୋକେ ବୁଝିବାକୁ ନାରାଜ ଥିବାରୁ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାରେ ପୁଲିସ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ପୁରୁଣା କଟକ ଆଇ ଆଇ ସି ଜ୍ୟୋସ୍ନା କାଉଁରୀ ସୂଚନା ଦେଇଛନ୍ତି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories