www.samajalive.in
Sunday, December 7, 2025
15.1 C
Bhubaneswar

ହରଭଙ୍ଗା ବ୍ଳକରେ ଆବାସ ଯୋଜନାରେ ଦୁର୍ନୀତି, ଗୃହ ନ ଦେଇ ୭୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

ବୌଦ୍ଧ : ସରକାର ଗରିବ ଲୋକଙ୍କୁ ଆର୍ଥକସ୍ଥିତରେ ଉନ୍ନତି ଆଣିବା ସହ ଭଲରେ ରହିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଆସୁଥିବା ବେଳେ ରହିବା ପାଇଁ ମାଗଣାରେ ବାସଗୃହ ବିଭିନ୍ନ ଯୋଜନାରେ ଯୋଗାଇ ଦେଇଆସୁଛନ୍ତି। କିନ୍ତୁ ସରକାରୀ କର୍ମଚାରୀ ଓ ଜନପ୍ରତିନିଧିଙ୍କ ଲାଭଖୋର ମନବୃତ୍ତି ଯୋଗୁଁ ଗରିବ ଲୋକମାନେ ଏହାର ସୁଫଳ ପାଇପାରୁନାହାନ୍ତି। ବର୍ତ୍ତମାନ ଜିଲାରେ ୩ଟି ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବହୁ ଦୁର୍ନୀତ ହୋଇଥିବାବେଳେ ଏହାକୁ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟରେ ମଧ୍ୟ ଶାସକଦଳ ଓ ବିରୋଧିଦଳ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି। ଏନେଇ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କ ବାସଗୃହ ଆଗରେ ସାଇନବୋଡ ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ସାଇନବୋର୍ଡ ଲଗାଇବାପରେ ହରଭଙ୍ଗା ବ୍ଳକରେ ଇନ୍ଦିରା ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ପଦାକୁ ଆସିଛି। ଏହା ପୁଣି ଖୋଦ ହରଭଙ୍ଗା ବ୍ଳକର ନାକତଳେ ଗାଁ ଠିଡିକାଯୋର ଗ୍ରାମରେ। ମିଳିଥିବା ସୁଚନା ମୁତାବକ ହରଭଙ୍ଗା ବ୍ଳକର ବାଣିଭୂଷଣପୁର ଗ୍ରାମପଞ୍ଚାୟତର ଠିଡିକାଯୋର ଗ୍ରାମର ରମେଶ କୁମାର ସ୍ୱାଇଁଙ୍କ ଘର କାନ୍ଥରେ ପଞ୍ଚାୟତ ପକ୍ଷରୁ ଏକ ସାଇନବୋଡ ଲଗାଯାଇଥିଲା। କିନ୍ତୁ ଉକ୍ତ ସାଇନ ବୋର୍ଡରେ (ଇ.ଆ.ଯୋ) ଓ ବିଜୁ ପକ୍କା ଘର ଯୋଜନାରେ ହିତାଧିକାରୀ ରମେଶ କୁମାର ସ୍ୱାଇଁ ଲେଖାଯିବା ସହ ଅଟକଳ ପରିମାଣ ୭୦ ହଜାର ଟଙ୍କା ଓ ଆର୍ଥକ ବର୍ଷ ୨୦୦୭-୦୮ ଲେଖାଯାଇଛି। ସାଇନବୋର୍ଡ ଦେଖିବା ପରେ ଗରିବ ହିତାଧିକାରୀ ତାଜୁବ ହୋଇଯାଇଥିଲେ। କାରଣ ସେ ଆଦୌ ଆଜି ପର୍ଯ୍ୟନ୍ତ କୌଣସି ବାସଗୃହ ପାଇନାହାନ୍ତି। ଏନେଇ ଗରିବ ହିତାଧିକାରୀ ଶ୍ରୀ ସ୍ୱାଇଁ ମୋ ନାମରେ ବାସଗୃହ ଦିଆଯାଇଥିବା ନେଇ ମିଥ୍ୟା ବିଲ କରି ଅର୍ଥ ହରିଲୁଟ କରିଥିବା ନେଇ କହିବା ସହ ଦୀର୍ଘ ୧୩ ବର୍ଷ ପରେ ଏପରି ଠକେଇ ହୋଇଥିବା ନେଇ ଜାଣିପାରିଥିବା କହିଥିଲେ। ଏପରି ଠକେଇ ଯୋଗୁଁ  ସେ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ହରଭଙ୍ଗା ବ୍ଳକରେ ହୋଇଥିବା ଆବାସ ଯୋଜନାରେ ଦୁର୍ନୀତି ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଅଛି। ଏନେଇ ହରଭଙ୍ଗା ବିଡିଓଙ୍କୁ ଯୋଗାଯୋଗ କରାଯାଇଥିଲା କିନ୍ତୁ ଫୋନ ଲାଗିନଥିଲା। ବାଣିଭୂଷଣପୁର ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟବାନ ବେଜିଙ୍କୁ ପଚାରିବାରୁ ଏନେଇ ହିତାଧିକାରୀ ମୋ ସରକାରରେ ମଧ୍ୟ ଅଭିଯୋଗ କରିଛନ୍ତି। ହରଭଙ୍ଗା ବିଡିଓ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେହେତୁ ଘଟଣା ୨୦୦୭-୦୮ ମସିହାର ତଦନ୍ତ କରାଗଲେ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପ୍ରକାଶ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories