ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ଥାନା ଅର୍ନ୍ତଗତ ଶଙ୍କୁଲେଇ ପଞ୍ଚାୟତ ପଦାମାଳ ଗ୍ରାମର ଚନ୍ଦ୍ରମଣି ଭୋକ୍ତାଙ୍କ ସାନପୁଅ ହେମନ୍ତ ଭୋକ୍ତା ଦୀର୍ଘ ୫ ଦିନ ହେଲା ନିଖୋଜ ଥିବା ନେଇ ବଡଭାଇ ଶୁଶାନ୍ତ ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶୁଶାନ୍ତଙ୍କ ଅଭିଯୋଗ ଅନୁସାରେ ତାଙ୍କ ସାନଭାଇ ହେମନ୍ତ ଗତ ଦୁଇ ବର୍ଷ ହେଲା ଜଗତସିଂହପୁର ଜିଲ୍ଲା ତିର୍ତୋଳ ଥାନା ଅର୍ନ୍ତଗତ ତେରମାଣପୁର ଅଂଚଳର ମାନସ କୁମାର ଦାସଙ୍କ ୧୨ଚକିଆ ଟ୍ରକ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ପରିବାର ସହିତ ଫୋନରେ ଯୋଗାଯୋଗ କରୁଥିଲେ। ମାତ୍ର ଚଳିତ ମାସ ୫ତାରିଖରୁ ତାଙ୍କର କୌଣସି ଖୋଜ ଖବର ମିଳିନାହିଁ। ଗତ ୭ରେ ଗାଡି ମାଲ୍ଲିକ ମାନସ ଦାସ ତାଙ୍କ ଘରକୁ ଖୋଜିବାକୁ ଆସିବାରୁ ପରିବାର ହେମନ୍ତଙ୍କ ନିଖୋଜ ବିଷୟରେ ଜାଣିବାକୁ ପାଇଥିଲେ।



