ହାଲ୍ର ସର୍ବକାଳୀନ ସର୍ବାଧିକ ଲାଭ
ନୂଆଦିଲ୍ଲୀ . – ସରକାରଙ୍କ ଅଧିନରେ ଥିବା ହିନ୍ଦୁସ୍ତାନ ଏରୋନେଟିକସ୍ ଲିମିଟେଡ୍ ୨୦୧୭-୧୮ ଆର୍ଥିକ ବର୍ଷରେ ସର୍ବକାଳୀନ ସର୍ବାଧିକ ଲାଭ କରିଛି । ଏହି ଆର୍ଥିକ ବର୍ଷରେ ହାଲ୍ର ଲାଭ ୧୮ହଜାର ୨୦୦ କୋଟି । ଗତ ଆର୍ଥିକ ବର୍ଷରେ ହାଲ୍ ୧୭,୬୦୦ କୋଟି ଟଙ୍କା ଲାଭ କରିଥିଲା ।
ଗତ ଆର୍ଥିକ ବର୍ଷରେ କମ୍ପାନୀ ୪୦ଟି ବିମାନ ନିର୍ମାଣ କରିଛି । ଏଥିରେ ସୁଖୋଇ-୩୦, ହାଲୁକା ଯୁଦ୍ଧ ବିମାନ ତେଜସ୍ ସଗ ହେଲିକପ୍ଟର ଓ ଡ୍ରୋନିଅର୍ ଡୁ- ୨୨୮ ବିମାନ ରହିଛି । ଏହା ସହ କମ୍ପାନୀ ୧୦୫ଟି ନୂଆ ବିମାନ ଇଞ୍ଜିନ ନିର୍ମାଣ କରିଥିବା କଥା ସୂଚନା ଦେଇଛନ୍ତି । ହାଲ୍ର ୫୫ତମ ବାର୍ଷିକ ସାଧାରଣ ବୈଠକରେ ଏହି ସୂଚନା ଦିଆଯାଇଛି ।