www.samajalive.in
Friday, December 5, 2025
27.1 C
Bhubaneswar

ବିପିସିଙ୍କୁ ମାଡମାରିବା ଘଟଣା ; ବ୍ଳକ ଅଧ୍ୟକ୍ଷାଙ୍କ ସ୍ବାମୀ ସହ ୭ ଜଣଙ୍କୁ ଜାମିନ

ଗୁଡଭେଲା : ବଲାଙ୍ଗୀର ଗୁଡ଼ଭେଲା ବ୍ଲକ୍ ମିଶନ ଶକ୍ତି ବିଭାଗର ବିପିସିଙ୍କୁ ମାଡ଼ମରା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବ୍ଳକ ଅଧ୍ୟକ୍ଷାଙ୍କ ସ୍ବାମୀ ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ଅଶୋକ ଦୋରାଙ୍କ ସହ ୭ ଜଣଙ୍କୁ ଜାମିନ ମଞ୍ଜୁରି ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ , ଗତ ୧୦ ତାରିଖରେ ଗୁଡଭେଲା ବ୍ଲକ୍ ଅଧ୍ୟକ୍ଷାଙ୍କ ଚେମ୍ବର ଭିତରେ ଅଶୋକଙ୍କର ସମର୍ଥକମାନେ ଡାକି ନେଇ ମିଶନ ଶକ୍ତିର ବିପିସି ନିର୍ମଳ ଚନ୍ଦ୍ର ପ୍ରଧାନଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ୧୨ ତାରିଖରେ ୫ ଜଣଙ୍କୁ ଗିରଫ କରିବା ସହ ୧୭ ତାରିଖ ଆଉ ଜଣେ ସହଯୋଗୀଙ୍କୁ ଗିରଫ କରିବା ପରେ ୨୧ ତାରିଖ ଦିନ ଅଭିଯୁକ୍ତ ଅଶୋକ ଦୋରାଙ୍କୁ ପଡୋଶୀ ଜିଲ୍ଲା କଳାହାଣ୍ଡିରୁ ପୁଲିସ ଗିରଫ କରି ଜାମିନ ନ ମଞ୍ଜୁରି ହେବାରୁ ବିଚାର ବିଭାଗୀୟ ହାଜତରେ ରଖା ଯାଇଥିଲା । ଗତ କାଲି ୭ ଜଣଙ୍କର ଜାମିନ ମଞ୍ଜୁରି ହେବାରୁ ଜେଲ୍ ରୁ ବାହାରିଥିବା ସୂଚନା ମିଳିବା ସହ ଆହୁରି ୪ରୁ ଅଧିକ ଅଭିଯୁକ୍ତ ଫେରାର ହୋଇଥିବାରୁ ପୁଲିସ ଖୋଜାଖୋଜି କରୁଥିବା ଜଣାପଡିଛି ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories