ଭୁବନେଶ୍ବର: ଜିଏସଟି ଦାଖଲ କରିନଥିଲେ ବ୍ୟାଙ୍କ ଆକାଉଣ୍ଟ ସହ ସମ୍ପତ୍ତି ସିଲ୍ ହେବ। ଧାର୍ଯ୍ୟ ସମୟରେ ରିଟର୍ଣ୍ଣ ଫାଇଲ କରିନଥିଲେ ଖିଲାପୀ ଘୋଷିତ ହେବେ ବୋଲି କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ଶୁଳ୍କ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଖିଲାପକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଜିଏସଟି ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଧାର୍ଯ୍ୟ ସମୟର ୫ ଦିନ ପରେ ଅନଲାଇନରେ ନୋଟିସ ଯିବ। ନୋଟିସର ୧୫ ଦିନ ମଧ୍ୟରେ ଜିଏସଟି ଦାଖଲ ନକଲେ, ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
Popular Categories



