www.samajalive.in
Tuesday, December 9, 2025
17.1 C
Bhubaneswar

ତୃତୀୟ ଲହର ପାଇଁ ଭୟ ନାହିଁ : ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର :ରାଜ୍ୟରେ  ରବିବାରଠାରୁ ଚତୁର୍ଥ ପର୍ଯ୍ୟାୟ ‘ସେରୋ’ ସର୍ବେକ୍ଷଣ ଆରମ୍ଭ ହୋଇଛି । ଇତିମଧ୍ୟରେ ୭୦ ପ୍ରତିଶତ ‘ସେରୋ’ ସର୍ବେକ୍ଷଣ ସରିଛି । ସବୁ ସରକାରୀ ଡାକ୍ତରଖାନାରେ ୫୦ ପ୍ରତିଶତ ଶଯ୍ୟା ସଂରକ୍ଷଣ ରଖିବାକୁ କୁହାଯାଇଥିବା ବେଳେ ୩ ହଜାର ଶଯ୍ୟା ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ରହିଛି। ଜଟିଳ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ଭେଷଜ, ଶିକ୍ଷା ଓ ତାଲିମ ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ତଦାରଖ ଦଳ ଗଠନ ହୋଇଛି। ତେଣୁ କରୋନାର ତୃତୀୟ ଲହର ପାଇଁ ରାଜ୍ୟବାସୀ ଭୟଭୀତ ହେବାର ନାହିଁ । ସରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି।
ଶ୍ରୀ ଦାସ କହିଛନ୍ତି ଯେ, ଆଗକୁ ପାର୍ବଣ ଋତୁ ଆସୁଛି, ଏହାକୁ ଦୃଷ୍ଟିରେ ରଖି ସମସ୍ତେ କରୋନା ମାର୍ଗଦର୍ଶିକା ପାଳନ ପୂର୍ବକ ତୁଣ୍ଡି ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ନିୟମିତ ବ୍ୟବଧାନରେ ହାତ ଧୋଇବା ଦରକାର। ସମ୍ଭାବ୍ୟ ତୃତୀୟ ଲହରରେ ଓଡ଼ିଶାରୁ ୯୨ ହଜାର ଶିଶୁ ସଂକ୍ରମିତ ହେବା ନେଇ ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସବୁ ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଆବଶ୍ୟକ ଔଷଧପତ୍ର ଓ ସରଞ୍ଜାମ ମହଜୁଦ୍ ରଖିବାକୁ ନିର୍ଦେଶ ଦିଆଯାଇଛି। ବରଗଡ଼, ରାୟଗଡ଼ାରେ ୩୨ ଶଯ୍ୟା ବିଶିଷ୍ଟ ଶିଶୁ ୟୁନିଟ୍‌ ପ୍ରତିଷ୍ଠା କରାଯିବାକୁ ରହିଛି । ଏଥିରେ ୨୦ ଅମ୍ଳଜାନ ଶଯ୍ୟା ସହିତ ୮ ଜୀବନ ରକ୍ଷାକାରୀ କୋଠରି(ଏଚଡିୟୁ) ଏବଂ ୪ କରୋନା ସ୍ବତନ୍ତ୍ର ଯତ୍ନ କୋଠରି (ଆଇସିୟୁ) ଶଯ୍ୟା ରହିବ। ସେହିପରି ୨୬ ଜିଲା ମୁଖ୍ୟ ଚିକିତ୍ସାଳୟ ୪୨ ଶଯ୍ୟା ବିଶିଷ୍ଟ ଶିଶୁ ୟୁନିଟ୍‌ ଓ ୪ଟି ଜିଲା ମୁଖ୍ୟ ଚିକିତ୍ସାଳ‌ୟରେ ଶିଶୁଙ୍କ ପାଇଁ ୨୦ଟି ଶଯ୍ୟା ରହିବ। ରାଜ୍ୟରେ ୨୮ଟି କ୍ଷେତ୍ରୀୟ ଚିକିତ୍ସାଳୟ ପ୍ରସ୍ତୁତ କରାଯିବ। ଜିଲାସ୍ତରରେ ୮/୯ହଜାର ବର୍ଗ ଫୁଟ୍‌ର ମୁକ୍ତ ଜାଗା ଚିହ୍ନଟ କରିବା ଲାଗି ଜିଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories