www.samajalive.in
Sunday, December 7, 2025
16.1 C
Bhubaneswar

ସିଏଜି ରିପୋର୍ଟ ପିଏସି ନିକଟରେ ପହଞ୍ଚିନାହିଁ: ରାହୁଲ

ନୂଆଦିଲ୍ଲୀ : ରାଫେଲ କାରବାର ସମ୍ବନ୍ଧୀୟ ସିଏଜି (କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ)ଙ୍କ ରିପୋର୍ଟ ପିଏସି (ପବ୍ଲିକ୍‍ ଆକାଉଣ୍ଟ କମିଟି)କୁ ପ୍ରଦାନ କରାଯାଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମାତ୍ର ପିଏସିକୁ ଏହି ରିପୋର୍ଟ ମିଳିନାହିଁ। ରାଜସ୍ଥାନର ନେତୃତ୍ୱ ସମସ୍ୟା ସମାଧାନ କରିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ସନ୍ଧ୍ୟାରେ ସୁପ୍ରିମକୋର୍ଟଙ୍କ ରାଫେଲ ରାୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଏହା କହିଛନ୍ତି। ସେ କହିଛନ୍ତି ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ଲୋକଙ୍କ ନିକଟରେ ଧରାପଡିବାକୁ ଚାହୁଁ ନାହାନ୍ତି। ୫୨୬ କୋଟି ଟଙ୍କାର ବିମାନ କାହିଁକି ୧୬୦୦ କୋଟି ଟଙ୍କାରେ କ୍ରୟ କରାଯାଉଛି। ରାଫେଲ କାରବାରର ଅଫ୍‍ସେଟ୍‍ ଅଂଶୀଦାର ହାଲ (ହିନ୍ଦୁସ୍ତାନ ଏରୋନଟିକସ ଲିମିଟେଡ)କୁ କାହିଁକି ପ୍ରଦାନ କରା ନ ଗଲା ବୋଲି ରାହୁଲ ପ୍ରଶ୍ନ ଉଠାଇଛନ୍ତି। ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ସମୟରେ ହୋଇଥିବା ରାଫେଲ କାରବାର ସମ୍ବନ୍ଧୀ ଚୁକ୍ତି ବେଳେ ଫ୍ରାନ୍ସରେ ବାସ୍ତବରେ କ’ଣ ଘଟିଥିଲା ତାହା କେବଳ ମୋଦୀ ଜାଣନ୍ତି। ଏହାର ତଦନ୍ତ ହେଲେ ଦୁଇଟି ନାମ ପଦାକୁ ଆସିବ। ଗୋଟିଏ ନରେନ୍ଦ୍ର ମୋଦୀ ଏବଂ ଅନ୍ୟଟି ଅନୀଲ ଅମ୍ବାନୀ ବୋଲି ରାହୁଲ ଦର୍ଶାଇଛନ୍ତି। ଏଥିସହ ସେ ପୁନର୍ବାର ଦେଶର ଚୌକିଦାର ଚୋର ବୋଲି କହିଛନ୍ତି। ଦେଶରେ ବେରୋଜଗାରୀ ବୃଦ୍ଧି ପାଉଥିବା ବେଳେ ସମସ୍ତ ବିମାନ ନିର୍ମାଣ କରିବାକୁ କାହିଁକି ଫ୍ରାନ୍ସକୁ କୁହାଗଲା ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ମୋଦୀ ସରକାରଙ୍କୁ ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ହେବ ବୋଲି ରାହୁଲ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories