www.samajalive.in
Sunday, December 7, 2025
13.1 C
Bhubaneswar

ଜଳ ସଂରକ୍ଷଣକୁ ପ୍ରାଥମିକତା – ଆରମ୍ଭ ହେଲା ଜଳଶକ୍ତି ଅଭିଯାନ

ନୂଆଦିଲ୍ଲୀ: ଜଳ ସଂରକ୍ଷଣର ଉପକାରିତା ଓ ଜଳ ଉତ୍ସ ହ୍ରାସ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଜଳଶକ୍ତି ଅଭିଯାନ ଆରମ୍ଭ କରିଛନ୍ତି। ସୋମବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍‍ ଏହି ଅଭିଯାନକୁ ଶୁଭାରମ୍ଭ କରି କହିଛନ୍ତି, ବର୍ତ୍ତମାନ ଜାତୀୟ ସ୍ତରରେ ଜଳ ସଂରକ୍ଷଣକୁ ପ୍ରାଥମିକତା ଦିଆଯାଉଛି ଏବଂ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଏବେ ପ୍ରକୃଷ୍ଟ ସମୟ। ଶେଖାୱତ୍‍ ଜଳଶକ୍ତି ଅଭିଯାନରେ ଯୋଗଦାନ ପାଇଁ ସମସ୍ତ ନାଗରିକଙ୍କୁ ଆହ୍ୱାନ ଜଣାଇଛନ୍ତି।

ଶେଖାୱତ୍‍ କହିଛନ୍ତି, ଜଳା ଅଭାବର ବିପଦରୁ ଦେଶକୁ ରକ୍ଷା କରିବାପାଇଁ ସମସ୍ତେ ଉଦ୍ୟମ କରିବାର ଆବଶ୍ୟକ। ଭାରତରେ ମୁଣ୍ଡପିଛା ଜଳ ଉପଲବ୍ଧତା ଅନେକ ମାତ୍ରାରେ ହ୍ରାସ ପାଇଛି ଏବଂ ଜଳବାୟୁ ପରିବର୍ତ୍ତନଦ୍ୱାରା ଭାରତ ପ୍ରଭାବିତ ହୋଇଛି ବୋଲି ସେ କହିବା ସହ ବର୍ତ୍ତମାନ କେବଳ ଶତକଡ଼ା ୮ ଭାଗ ବର୍ଷାଜଳ ସଂରକ୍ଷଣ ହୋଇପାରୁଥିବା ସେ କହିଛନ୍ତି।

- Advertisement -

ଜଳଶକ୍ତି ଅଭିଯାନ ପ୍ରଥମ ପର୍ଯ୍ୟାୟରେ ଜୁଲାଇ ପହିଲାରୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଯେଉଁଥିରେ ସବୁ ରାଜ୍ୟ ଏହି ଅଭିଯାନରେ ଅଂଶଗ୍ରହଣ କରିବେ। ଅକ୍ଟୋବର ପହିଲାରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟରେ ଫେରନ୍ତା ମୌସୁମୀ ପ୍ରଭାବିତ ହେଉଥିବା ରାଜ୍ୟଗୁଡ଼ିକ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି। ଏଥିରେ ବିଶେଷ କରି ୨୫୬ଟି ଜଳ ଅଭାବ ଜିଲ୍ଲା ଓ ୧ ହଜାର ୫୯୨ଟି ଜଳ ଅଭାବ ବ୍ଲକ୍‍ ପ୍ରତି ବିଶେଷ ଧ୍ୟାନ ଦିଆଯିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories