www.samajalive.in
Monday, December 8, 2025
27.1 C
Bhubaneswar

ସ୍ୱାସ୍ଥ୍ୟ ଓ ମୋଟରଯାନ ତୃତୀୟ ପକ୍ଷ ବୀମା ପ୍ରିମିୟମ ଦେୟ ମେ ୧୫ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ହୋଇଥିବାରୁ ବୀମା ପିଲିସିଧାରୀଙ୍କ ସୁବିଧା ଲାଗି କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଓ ମୋଟରଯାନ ତୃତୀୟ ପକ୍ଷ ବୀମା ପ୍ରିମିୟମ ଦେୟ ଓ
ପଲିସି ନବୀକରଣ ମିଆଦକୁ ଆସନ୍ତା ମେ ୧୫ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ପ୍ରକାଶ ପାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ ଏହି ଅତିରିକ୍ତ ସମୟ ମଧ୍ୟରେ ପଲିସିଧାରୀଙ୍କୁ କ୍ଲେମ ପେମେଣ୍ଟ ସୁବିଧା ମଧ୍ୟ ମିଳିବ।
ମାର୍ଚ୍ଚ ୨୫ରୁ ମେ ୩ ମଧ୍ୟରେ ଯେଉଁ ପଲିସିଧାରୀଙ୍କର ବୀମାପତ୍ର ନବୀକରଣ ଲକଡାଉନ ଯୋଗୁ ସମ୍ଭବ ହେବ ନାହିଁ ଏବଂ ସେମାନଙ୍କର ନବୀକରଣ ଓ ଦେୟ ପ୍ରଦାନ ତାରିଖ ଏହା ମଧ୍ୟରେ ପଡ଼ୁଛି ସେମାନେ ଏହି ଅତିରିକ୍ତ କୋହଳ ସମୟର ସୁଯୋଗ ନେଇପାରିବେ। ଅତିରିକ୍ତ କୋହଳ ସମୟରେ ପଲିସି ନବୀକରଣ କଲେ କ୍ଲେମ ପାଇଁ କୌଣସି ଅସୁବିଧା ରହିବ ନାହିଁ ଏବଂ ବୀମାକୃତ ହୋଇନଥିବା ସମୟକୁ ବୀମାଭୁକ୍ତ ଭାବେ ବିଚାର କରାଯିବ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories