www.samajalive.in
Tuesday, December 9, 2025
17.1 C
Bhubaneswar

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନ ସେବା ଓ ବିଶ୍ୱକଲ୍ୟାଣ ପାଇଁ ସମର୍ପିତ: ରାଜ୍ୟପାଳ

ଭୁବନେଶ୍ୱର: କଟକ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଜିମସାର)ର ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରସ୍ତାବିତ ବହୁତଳ ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିମସାରର ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରସ୍ତାବିତ ବହୁତଳ ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି। ନବ ଉତ୍କଳ ନିର୍ମାତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ଯେ, ଗୋପବନ୍ଧୁ ଦାସ ନିଜ ଜୀବନକୁ ସମ୍ପୂର୍ଣ୍ଣ ମାନବ ଜାତିର ସେବାରେ ଉତ୍ସର୍ଗ କରିଥିଲେ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନ ସେବା ଓ ବିଶ୍ୱକଲ୍ୟାଣ ପାଇଁ ସମର୍ପିତ। ଗୋପବନ୍ଧୁଙ୍କ ଜୀବନ ସମ୍ପୂର୍ଣ୍ଣ ବିଶ୍ୱ ବନ୍ଧୁତ୍ୱରେ ଅତିବାହିତ ହୋଇଥିଲା। ତାଙ୍କୁ ଗୋପାଳ ବନ୍ଧୁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଭଗବାନ ଗୋପାଳଙ୍କ ବନ୍ଧୁ ବୋଲି ତାଙ୍କୁ କୁହାଯାଇପାରିବ। ତେଣୁ ସଂକ୍ଷେପରେ କହିବାକୁ ଗଲେ ଲୋକଙ୍କ ସେବା କରିବା ଓ ଲୋକଙ୍କ କଷ୍ଟ ଦୂର କରିବା ହିଁ ଗୋପବନ୍ଧୁଙ୍କ ଜୀବନର ଲକ୍ଷ୍ୟ ରହିଥିଲା ବୋଲି ପ୍ରକାଶ କରିଛନ୍ତି।

ରାଜ୍ୟପାଳ ପୁଣି କହିଛନ୍ତି ଯେ, ଓଡ଼ିଶା ଯଦି ନଥାନ୍ତା ତାହେଲେ କିଏ ବଞ୍ଚିବ, ଯଦି କିଏ ନ ରହିବେ ତେବେ ଓଡ଼ିଶା ଥାଇ କ’ଣ ଲାଭ ହେବ। ଅର୍ଥାତ ଓଡ଼ିଶା ନ ରହିଲେ ଚଣ୍ଡାଶୋକକୁ ଧର୍ମାଶୋକରେ କିଏ ପରିଣତ କରିବ। ତେଣୁ ପ୍ରଭୁଙ୍କୁ ଏତିକି ମାଗୁଛି ମୋର ଉତ୍କଳ, ବିଶ୍ୱ, ବ୍ରହ୍ମାଣ୍ଡବାସୀଙ୍କୁ ପବିତ୍ର ଜଳ ଓ ପୁଷ୍ଟିକାର ଖାଦ୍ୟ ଦିଅନ୍ତୁ। ବିଶ୍ୱବାସୀଙ୍କୁ ସୁଖି ଓ ସୁସ୍ଥ ରଖନ୍ତୁ ବୋଲି ରାଜ୍ୟପାଳ କହିଛନ୍ତି।

- Advertisement -

ଲାକସେବକ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ଜିମସାର ଅଧ୍ୟକ୍ଷ ନିରଞ୍ଜନ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ ଡ.ପ୍ରଭାସ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିମସାର ଚିକିତ୍ସା ବିଦ୍ୟାଳୟର ମୁଖ୍ୟ ଚିକିତ୍ସାଧିକାରୀ ପଦ୍ମଚରଣ ଦାସ ଓ ନର୍ସିଂ ମହାବିଦ୍ୟାଳୟର ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ ନିଜ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ ମହାନ୍ତି ଓ ଭବାନୀ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ। ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଗୋପବନ୍ଧୁ ସେବା ସମ୍ମାନ କୁମାର ସୌଭାଗ୍ୟଲକ୍ଷ୍ମୀ ଓ ସୁଚିତ୍ରା ମହାନ୍ତିଙ୍କୁ ପ୍ରଦାନ କରାଯାଇଥିଲା। ପ୍ରିୟଦର୍ଶିନୀ ତ୍ରିପାଠୀ ଓ ସୁଚିତ୍ରା ନାୟକଙ୍କୁ ଗୋପବନ୍ଧୁ ସେବା ସମର୍ପିତ ସମ୍ମାନ ପ୍ରଦାନ କରାଯାଇଥିବାବେଳେ ଯୋଗଛାତ୍ରୀ କୁମାରୀ ସିମରନ ପଟ୍ଟନାୟକଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଜିମସାର ପରିସରରେ ଥିବା ମନ୍ଦିର ପରିଦର୍ଶନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories