www.samajalive.in
Monday, December 8, 2025
17.1 C
Bhubaneswar

ନାଳରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

କଲମପୁର: କଲମପୁର ଓ ଜୟପାଟଣା ବ୍ଲକର ସୀମାନ୍ତ ଭଇଁରୀ ଭିର୍କାପଡାର ଏକ ଜମି ନାଳରେ ଜଣେ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତଦେହକୁ ଦେଖି ଜମି ମାଲିକ ତୁରନ୍ତ ବଡକୁଟୃ ପୁଲିସ ଫାଣ୍ଡିକୁ ସୁଚନା ଦେଇଥିଲେ। ପୁଲିସ ଫାଣ୍ଡି ଅଧିକାରୀ ବିପିନ କୁଲଦୀପ ସାୱନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ପାଇଁ ତୁରନ୍ତ କଲମପୁର ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିଥିଲେ। କଲମପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଏହା କାହାର ମୃତଦେହ ଓ କେଉଁ ପରିସ୍ଥିତିରେ ଏଠାରେ କିଏ ଓ କାହିଁକି ଆଣିଲା ସେନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ମୃତଦେହଟି ଅଧିକ ଖରାପ ହୋଇଯାଇଥିବାରୁ ଚିହ୍ନଟ କରାଯିବା ସମ୍ଭବ ହେଉନାହିଁ। ଏପରିକି ଚିହ୍ନଟ ପାଇଁ ସଂରକ୍ଷିତ ରଖିବା ସମ୍ଭବ ନାହିଁ। ତେଣୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସୋମନାଥ ମେହେର ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଛନ୍ତି। ପରବର୍ତ୍ତି ପଦକ୍ଷେପ ସ୍ୱରୁପ ମୃତଦେହକୁ ପୋତି ଦେବା ପାଇଁ ଉଚ୍ଚ ଅଧିକାରୀଙ୍କ ଅନୁମତିକୁ ଅପେକ୍ଷା ରହିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories