www.samajalive.in
Tuesday, December 9, 2025
16.1 C
Bhubaneswar

ବାଇକ ଶୋଭାଯାତ୍ରାରେ କଲମପୁର ଜିଲାପରିଷଦ ଜୋନ ୨ର କଂଗ୍ରେସ ପ୍ରାର୍ଥିନୀଙ୍କ ଭୋଟ ପ୍ରଚାର

କଲମପୁର: କଲମପୁର ଜିଲ୍ଲା ପରିଷଦ ଜୋନ ୨ର କଂଗ୍ରେସ ପ୍ରାର୍ଥିନୀ କେତକୀ ପଟେଲ ନିଜ ବିଜୟ ପାଇଁ ଘରକୁ ଘର ବୁଲି ପ୍ରଚାର କରୁଥିବା ବେଳେ ସୋମବାର ବଙ୍କାପଲାଠାରୁ ଚୁରାଗାଁ ପର୍ଯ୍ୟନ୍ତ ଏକ ବାଇକ ଶୋଭାଯାତ୍ରା ମାଧ୍ୟମରେ ନିଜର ପ୍ରଚାର କରିଛନ୍ତି। ବିଜେଡି ନାରା ‘ଗାଁକୁ କାମ ନାରୀକୁ ସମ୍ମାନ’, ତେବେ ମମିତା ମେହେର କଣ ? ସେ ନାରୀ ନୁହେଁ କି ? ନ୍ୟାୟ ଦେଇ ପାରିଲନି ସମ୍ମାନ ଦେଲ କେଉଁଠି ? ଆଜି ବି କଳାହାଣ୍ଡିର ଯୁବକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛି କେଉଁଠି ଅଟକିଗଲା ଗାଁର କାମ ? ଏବେ ଫେବୃଆରୀ ମାସ ଶେଷ ସପ୍ତାହ ଚାଷୀ ଖରିଫ ଧାନ ବିକ୍ରି କରି ପାରୁ ନାହିଁ, ଏବେବି ଧାନ ମଣ୍ଡିରେ ପଡି ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ। ଚାଷୀ କାନ୍ଦୁଛି। ଦର ଦାମ ଆକାଶ ଛୁଆଁ। କେନ୍ଦ୍ର ସରକାର ଦର ଦାମ ନିୟନ୍ତ୍ରଣ କରିବାରେ ଅସଫଳ। ହାଣ୍ଡିଶାଳ ଏବେ ମହଙ୍ଗା ମାଡରେ। ଗରୀବ ମଧ୍ୟବିତ ହନ୍ତ ସନ୍ତ। କିନ୍ତୁ ସରକାର ଗୋଟାକ ପରେ ଗୋଟାଏ ସଂସ୍ଥାକୁ ନିଜ ପୁଞ୍ଜିପତି ସାଙ୍ଗଙ୍କ ହାତରେ ଟେକି ଦେଉଛନ୍ତି। ଆଜି ଶିକ୍ଷିତ ଯୁବକ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବିକାଶ ନାଁରେ ଖଣି ଖନନ ଚାଲିଛି। ଜଳ ଜମି ଜଙ୍ଗଲ ଆଦିବାସୀଙ୍କଠାରୁ ଛଡେଇ ନିଆଯାଉଛି। ଏହାର ସମାଧାନ କେବଳ କଂଗ୍ରେସ ହିଁ କରିବ। ତେଣୁ ପୁଣି କଂଗ୍ରେସ ପ୍ରତି ଆସ୍ଥା ପ୍ରକଟ କରିବା ପାଇଁ ଲୋକଙ୍କୁ ଅନୁରୋଧ କରି ଭୋଟ ଭିକ୍ଷା କରୁଛନ୍ତି କେତକୀ। କେତକୀଙ୍କ ଏହି ଭୋଟ ପ୍ରଚାର ସମୟରେ ବରିଷ୍ଠ ନେତା ସନ୍ତୋଷ ପାଢୀ, ବିପିନ ପ୍ରଧାନୀ ପ୍ରମୁଖ ସାମିଲ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories