ନୂଆଦିଲ୍ଲୀ: ଏଣିକି ଡିଜିଟାଲ ମିଡିଆଗୁଡିକରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ) ସୀମା ୨୬% ନିର୍ଦ୍ଧାରଣ କରାଯାଇଛି। ଫଳରେ ଚାଇନା ନ୍ୟୁଜ୍ ଆପ୍ ଉପରେ ସରକାରୀ ନିୟନ୍ତ୍ରଣ କଡାକଡି ହୋଇଯିବ। ନିୟମାନୁଯାୟୀ, ୨୬% ଏଫ୍ଡିଆଇ ନିବେଶ ହୋଇଥିବା ଡିଜିଟାଲ ମିଡିଆ କମ୍ପାନୀର ସିଇଓ ଜଣେ ଭାରତୀୟ ହୋଇଥିବା ଆବଶ୍ୟକ। ତେବେ ୬୦ ଦିନରୁ ଅଧିକ ସମୟ କମ୍ପାନୀରେ କାର୍ୟ୍ୟ କରିବାକୁ ଥିବା ବିଦେଶୀ କର୍ମଚାରୀଙ୍କ ସମସ୍ତ ପ୍ରକାର ସୁରକ୍ଷାଗତ ମଞ୍ଜୁରୀ କରାଯିବା ଆବଶ୍ୟକ। ଏହି ସବୁ ନିୟମ ଲାଗୁ କରାଯିବା ଦ୍ବାରା କେବଳ ଚାଇନା କାହିଁକି ଦେଶର ଡିଜିଟାଲ ମିଡିଆରେ ନିବେଶ କରିବାକୁ ଥିବା ଅନ୍ୟ ବିଦେଶୀ କମ୍ପାନୀଗୁଡିକୁ ସରକାର କଡା ନିୟନ୍ତ୍ରଣ ମଧ୍ୟରେ ରଖିପାରିବେ।
ଦେଶରେ ସମ୍ପ୍ରତି ଡେଲି ହଣ୍ଲୋ, ୟୁଏସ୍ ନ୍ୟୁଜ୍, ଅପେରା ନ୍ୟୁଜ୍ ଏବଂ ନ୍ୟୁଜ୍ ଡଗ୍ ଭଳି ଚାଇନା ଏବଂ ବିଦେଶୀ ନିୟନ୍ତ୍ରଣାଧୀନ ଡିଜିଟାଲ ମିଡିଆ କମ୍ପାନୀ କାର୍ୟ୍ୟ କରୁଛନ୍ତି। ଏହି ସବୁ ଡିଜିଟାଲ ମିଡିଆ କମ୍ପାନୀ ଭାରତର ସ୍ବାର୍ଥ ସହ ୨୦୧୬ ଭଳି ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିବା ଭଳି କାର୍ୟ୍ୟ କରିଛନ୍ତି। ଏଭଳି ଆଶଙ୍କା କରି ସରକାର ୨୦୧୯ ଅଗଷ୍ଟରେ ସରକାରୀ ରୁଟ୍ ଜରିଆରେ ଡିଜିଟାଲ ମିଡିଆ ମାଧ୍ୟମରେ ନ୍ୟୁଜ୍ ଅପଲୋଡ୍/ଷ୍ଟ୍ରିମିଂ କରିବା ନିମନ୍ତେ ୨୬% ଏଫ୍ଡିଆଇ ପ୍ରବେଶକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଥିଲା।



