www.samajalive.in
Saturday, December 6, 2025
26.1 C
Bhubaneswar

ସହନଶୀଳ ଜଳବାୟୁ କୃଷି ପ୍ରଣାଳି ଦେଖିଲେ ଜାପାନ ଓ ନରୱେ ବିଶେଷଜ୍ଞ ଦଳ

ଗୋପାଳପୁର : ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହେଉଛି। ଚାଷକୁ ଜୀବିକା କରି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ଧିମା ପଡିଯାଉଛି। ବିଶେଷ କରି ଉପକୂଳ ଅଞ୍ଚଳରେ ଏହାର ପ୍ରଭାବ ଅଧିକ ଅନୁଭୂତ ହେଉଛି। ତେଣୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସହ ଉପକୂଳବର୍ତ୍ତୀ ଅଧିବାସୀଙ୍କ ଅଭିବୃଦ୍ଧି ପାଇଁ ନରୱେ ସରକାର, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ କୃଷି ବିଜ୍ଞାନ କେନ୍ଦ୍ର ଗଂଜାମ-୧୨ ସହାୟତାରେ ଗଂଜାମ ଜିଲ୍ଲାର ୪ଟି ବ୍ଲକ ରଙ୍ଗେଇଲୁଣ୍ଡା, କୁକୁଡାଖଣ୍ଡି, ସୁରଡା ଓ ଭଞ୍ଜନଗରରେ ଜଳବାୟୁ ସହନଶୀଳ ପ୍ରକଳ୍ପ ବିଗତ ଦୁଇ ବର୍ଷ ଧରି କାର୍ଯ୍ୟକାରି ହେଉଛି।
ଏହାର ଅଭିବୃଦ୍ଧି ଓ ଉପଯୋଗିତା ଅନୁଧ୍ୟାନ ପାଇଁ ଜାପାନ ଦେଶର କୋବେ ବିଶ୍ଵବିଦ୍ୟଳୟର ଏଗ୍ରିକଲଚୁରାଲ ଇଞ୍ଜିନିୟରିଙ୍ଗ ଆଣ୍ଡ ସୋସିଓ-ଇକୋନୋମିକସ ବିଭାଗର ପ୍ରଫେସର ଡ଼ଃ ଟାକାନରି ନାଗାନୋ, ନରୱେ ଇନଷ୍ଟିଚ୍ୟୁଟ ଅଫ ବାୟୋଇକୋନୋମି ରିସର୍ଚ୍ଚର ନିର୍ଦେଶକ ଡ଼ଃ. ୟୁ. ଏସ. ନାଗୋଥୁ, ଓୟୁଏଟି ସମ୍ପ୍ରସାରଣ ନିର୍ଦେଶାଳୟର ଯୁଗ୍ମ ନିର୍ଦେଶକ ତଥା ଜଳବାୟୁ ସହନଶୀଳ ପ୍ରକଳ୍ପ ର ସହ ଉପ ନିରୀକ୍ଷକ ଡ଼ଃ. ହେମନ୍ତ କୁମାର ସାହୁ ପ୍ରମୁଖ ରଙ୍ଗେଇଲୁଣ୍ଡା ଓ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଚିକରଡ଼ା, ଶାସନପଦର, ବାଘାଲଟି, କୁସୁମୀ ଆଦି ଗ୍ରାମରେ ପ୍ରକଳ୍ପ ତରଫରୁ ପ୍ରଦର୍ଶିତ ବିଭିନ୍ନ ପ୍ରଦର୍ଶନ ଅନୁଧ୍ୟାନ କରିଛନ୍ତି।
ଏହି ପ୍ରକଳ୍ପ ଅନ୍ତର୍ଗତ ଧାନରେ ଓ ପନିପରିବା ଚାଷରେ ସମନ୍ବିତ ରୋଗ ପୋକ ଓ ଘାସ ପରିଚାଳନା, ନୂତନ ଧାନ କିସମର ଉତ୍ପାଦିକା ଏବଂ ସୌର ଚାଳିତ ମୋଟର ପମ୍ପ, ସ୍ପ୍ରେଏର, ଆଲୋକ ଯନ୍ତା ଏବଂ ବାରହା ଦମନ ପାଇଁ ସୌର ଚାଳିତ ତାର ବାଡ଼ ଆଦିର ପ୍ରଦର୍ଶନ ଓ ଉପଯୋଗିତା ବିଷୟରେ ବୁଲି ଦେଖିଥିଲେ ଏବଂ ପରେ ପରେ ଉପସ୍ଥିତ ଚାଷୀ ମାନଙ୍କ ସହିତ ଏକ ବୈଠକ ରେ ଏହି ପ୍ରକଳ୍ପର ବିଭିନ୍ନ ଦିଗ ବିଷୟରେ ଆଲୋଚନା ହୋଇଥିଲା।
ବୈଜ୍ଞାନିକ ସନ୍ଦୀପ ମହାନ୍ତି, ଡ଼ଃ ଦେବାଶିଷ ଷଡ଼ଙ୍ଗୀ, ଡ଼ଃ ସିଦ୍ଧାର୍ଥ ଶଙ୍କର ଦାସ ଓ ସସ୍ମିତା ପ୍ରିୟଦର୍ଶିନୀ, ପ୍ରଶାନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ।୨୦୨୩-୨୪ ଖରିଫ  ଋତୁରେ ପ୍ରାୟ ୫୦ ହେକ୍ଟର ଜମିରେ ଏହି ପ୍ରକଳ୍ପ କାର୍ୟ୍ୟକାରି ହୋଇଛି ଏଵଂ ପ୍ରାୟ ୩୦୦ ରୁ ଉର୍ଦ୍ଧ ଚାଷୀ ଉପକୃତ ହୋଇଛନ୍ତି ବୋଲି କୃଷି ବିଜ୍ଞାନ କେନ୍ଦ୍ର ବ୍ରହ୍ମପୁରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼ଃ ସୁଜିତ କୁମାର ନାଥ କହିଛନ୍ତି । ପରେ ପରେ ସମସ୍ତେ କୃଷି ବିଜ୍ଞାନ କେନ୍ଦ୍ରର ପ୍ରାୟୋଜିତ ଛତୁ ଗ୍ରାମ ରାଧାମହାନପୁର ଗସ୍ତ କରି, ଛତୁ ଚାଷର ବିଭିନ୍ନ ଦିଗ ଆନୁଧ୍ୟାନ କରିଥିଲେ। ଚାଷୀ ମାନଙ୍କର ଉତ୍ସାହ ଓ ପ୍ରଚେଷ୍ଟା ଦେଖି, ଆଗାମୀ ଦିନରେ ଏହି ପ୍ରକଳ୍ପକୁ ଆହୁରି ଜିଲ୍ଲାରେ ସୁଦୁର ପ୍ରସାରି କରିବାକୁ ଆଶା ରଖାଯାଇଛି।

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories