ଗୋପାଳପୁର : ଡୁରା ପଞ୍ଚାୟତରେ ଥିବା ମୁକ୍ତେଶ୍ଵର ମହାପ୍ରଭୁଙ୍କ ନାମରେ ରହିଥିବା ଜମିରେ ବେଆଇନରେ ୩୦ଫୁଟିଆ ରାସ୍ତା ହୋଇଥିବା ନେଇ ପଞ୍ଚାୟତ ବାସୀଙ୍କ ତରଫରୁ ଦେବୋତ୍ତର ବିଭାଗ ସଚିବ, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର,୫-ଟି ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ପତ୍ର ଦିଆଯାଇଛି।
ଅଭିଯୋଗ ଅନୁଯାୟୀ ଡୁରା ପଞ୍ଚାୟତ ଅଧୀନରେ ଥିବା ବହାଦୁରପେଟା ନିକଟସ୍ଥ ରାସ୍ତା କଡ଼ରେ ଥିବା ମନ୍ଦିର ଜମିରେ ପ୍ଲଟ ବ୍ୟବସାୟୀ ମାନେ ବେଆଇନରେ ୩୦ଫୁଟିଆ ରାସ୍ତା ନିର୍ମାଣ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ତୁରନ୍ତ ସମାଧାନ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି । ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ରାସ୍ତାକୁ ଓହ୍ଲାଇବେ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି।
ମନ୍ଦିର ଜମିରେ ବେଆଇନରେ ରାସ୍ତା ନିର୍ମାଣ ହୋଇଥିବା ଅଭିଯୋଗ
Popular Categories



