www.samajalive.in
Saturday, December 6, 2025
26.1 C
Bhubaneswar

ଜାତୀୟ ରାଜପଥର ହଳଦିଆପଦର ଛକ ଅଞ୍ଚଳ ଅନ୍ଧାରୁଆ

ଗୋପାଳପୁର : ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମନମାନି ଯୋଗୁଁ ସାଧାରଣ ଜନତା ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଥିବା ବେଳେ ଆଗାମୀ ଦିନରେ ଏହାକୁ ନେଇ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଜଣାପଡିଛି। ଜାତୀୟ ରାଜପଥ ନଂ ୧୬ କଡ଼ରେ ହଳଦିଆପଦର ଛକ ସମେତ ରାଳବ,ଆଇଜର,ଦୁମଦୁମି ଆଦି ଛକ ରହିଛି। ଏହାସହ ବ୍ରହ୍ମପୁର ସହର ଠାରୁ ମାତ୍ର ୧ କିମି ଦୂରରେ ଏହି ଅଞ୍ଚଳ ଆସୁଥିବା ଯୋଗୁଁ ଅଧିକାଂଶ ସମୟରେ ଏହି ଛକ ଜନଗହଳି ପୂର୍ଣ୍ଣ ରହିଥାଏ। ଏହା ସହ ବ୍ରହ୍ମପୁର ସହର ସହିତ ହଳଦିଆପଦର କୁ ସଂଯୋଗ କରୁଥିବା ଓଭରବ୍ରିଜ ଟି ସିଧା ଜାତୀୟ ରାଜପଥ ସହ ଯୋଗାଯୋଗ ରହିଅଛି। କିନ୍ତୁ ଗତ କିଛି ମାସ ହେବ ହଳଦିଆ ପଦର ଛକ ଜାତୀୟ ରାଜପଥ ରେ ଥିବା ଦୁଇଟି ହାଇମାକ୍ସ ଲାଇଟ ଜଳୁ ନଥିବା ସହ ସେଠାରୁ ହଳଦିଆପଦର ବସଷ୍ଟାଣ୍ଡ ଛକ ପର୍ୟ୍ୟନ୍ତ ରାସ୍ତାର ଦୁଇକଡରେ ଲାଗିଥିବା ଲାଇଟ ଗୁଡିକ ମଧ୍ୟ ଜଳୁ ନଥିବାରୁ ସନ୍ଧ୍ୟା ପରେ ପ୍ରାୟ ୨ କିମି ଜନଗହଳିପୂର୍ଣ୍ଣ ରାସ୍ତା ସମ୍ପୂର୍ଣ୍ଣ ଅନ୍ଧାର ଭିତରେ ବୁଡି ରହୁଛି। ଯାହାଫଳରେ ଅନେକ ସମୟରେ ଦୁର୍ଘଟଣା ଘଟିବା ସହ ଅସାମାଜିକ କାର୍ୟ୍ୟକଳାପ ମଧ୍ୟ ବୃଦ୍ଧି ପାଇବାରେ ଲାଗିଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି।ଗତ କିଛି ମାସ ତଳେ ଅଞ୍ଚଳବାସୀଙ୍କ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳ ସମେତ ରଙ୍ଗେଇଲୁଣ୍ଡା ବ୍ଲକ ବିଡ଼ିଓଙ୍କୁ ଘଟଣା ନେଇ ଅବଗତ କରାଇଥିଲେ ମଧ୍ୟ ଆଜି ଯାଏଁ ଉକ୍ତ ଲାଇଟ ଗୁଡିକ ଜଳୁନଥିବା ଜଣାପଡିଛି।ଏହା ସହ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଓଭରବ୍ରିଜ ନିର୍ମାଣ କାର୍ୟ୍ୟ ଚାଲୁ ରହିଥିବା ବେଳେ ସେହି ଅଞ୍ଚଳ ମଧ୍ୟ ସନ୍ଧ୍ୟା ପରେ ସମ୍ପୂର୍ଣ୍ଣ ଅନ୍ଧାର ରେ‌ ବୁଡି ରହୁଛି। ଯାହାଫଳରେ ଜାତୀୟ ରାଜପଥ ରେ ଯାଆସ କରୁଥିବା ପଥଚାରୀ ସମେତ ଗାଡି ମୋଟର ଚାଳକ ମାନେ ନାହିଁ ନଥିବା ହଇରାଣ ହରକତ ହେଉଥିବା ଅଭିଯୋଗ କରିଛନ୍ତି। ଏଣୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେବା ସହ ତୁରନ୍ତ ଏହି ଅଞ୍ଚଳରେ ଅଚଳ ହୋଇ ପଡିରହିଥିବା ଆଲୋକ ବ୍ୟବସ୍ଥାକୁ ସଜାଡିବାକୁ ଦାବି ହେଉଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories