www.samajalive.in
Wednesday, December 10, 2025
18.1 C
Bhubaneswar

ପ୍ରଶାସନ ନରମିଲା, ପର୍ଯ୍ୟଟକଙ୍କୁ ବେଳାଭୂମି ଛାଡ଼ିଲା

ଗୋପାଳପୁର : ଘଡିକେ ଘୋଡ଼ା ଛୁଟୁଥିବା ଭଳି ପରିସ୍ଥିତି ଗୋପାଳପୁର ପ୍ରଶାସନ ନିକଟରେ ଦେଖିବାକୁ ମିଳିଛି। କେତେବେଳେ ଗୋପାଳପୁରକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଅଘୋଷିତ କଟକଣା ଜାରି କରାଯାଉଛି ତ ଅନ୍ୟ କେତେବେଳେ ଗୋପାଳପୁର ଠାରୁ ୨ କିମି ଦୂରରେ ଗାଡି ପାର୍କିଂ ଏବଂ ଗାଡି ଚେକିଗଂ ସହ ଫାଇନ ଆଦାୟ କରାଯାଇ ହଇରାଣ କରାଯାଉଥିବା ଅଭିଯୋଗ ହେଉଛି। ଆଜି କିଛି ମାତ୍ରାରେ ପ୍ରଶାସନ ନରମଭାବ ଦେଖାଇଥିବା କୁହାଯାଉଛି। ପର୍ଯ୍ୟଟକମାନଙ୍କୁ ବେଳାଭୂମିକୁ ବୁଲିବାକୁ ଛାଡ଼ିବା ସହ ଗାଡି ପାର୍କିଂ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ୨ କିମି ପରିବର୍ତ୍ତେ ବସଷ୍ଟାଣ୍ଡ ଓ ମିନିଷ୍ଟାଡିୟମ ପରିସରରେ ଗାଡି ପାର୍କିଂ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି । ‌

ଆଜି ବର୍ଷର ଶେଷ ରବିବାର ଏବଂ ପିକନିକ ଋତୁ ଚାଲିଥିବା ଯୋଗୁଁ ଅପରାହ୍ନ ପରଠାରୁ ଗୋପାଳପୁରକୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଆଜି ପ୍ରାୟ ୪୦ ହଜାରରୁ ଉର୍ଦ୍ଧ୍ବ ପର୍ଯ୍ୟଟକଙ୍କ ସମାଗମ ଗୋପାଳପୁର ବେଳାଭୂମିରେ ଦେଖିବାକୁ ମିଳିଥିଲା। ଶନିବାର ଦିନ ଗୋପାଳପୁରର ୨ କିମି ଦୂରରେ ପୁଲିସ ଓ ଏନ୍‌ଏସି ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ଅଟକାଇବା ସହ ଗାଡି ସହ ଗୋପାଳପୁର ସହର ପ୍ରବେଶ ଉପରେ ବାରଣ କରାଯାଇଥିଲା। ଏହା ସହ ଗାଡି ଗୁଡ଼ିକୁ ୨ କିମି ଦୂରରେ ପାର୍କିଂ କରାଯିବା ପାଇଁ ବାଧ୍ୟ କରାଯାଇଥିବା ଯୋଗୁଁ ଅଧିକାଂଶ ପର୍ଯ୍ୟଟକ ସେଠାରୁ ଫେରିଯାଇଥିଲେ। ଏହାକୁ ନେଇ ଆଜି ଗୋପାଳପୁରର ସଚେତନ ନାଗରିକଙ୍କ ପକ୍ଷରୁ ଗୋପାଳପୁର ଥାନା ଓ ଗୋପାଳପୁର ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ କରି ପର୍ଯ୍ୟଟକଙ୍କୁ ୨ କିମି ଅଟକାଇବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ସହ ଗୋପାଳପୁର କୁ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ନିମନ୍ତେ ବିଭିନ୍ନ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ପର୍ଯ୍ୟଟକଙ୍କୁ ଗୋପାଳପୁର ପ୍ରବେଶ ଉପରେ ଅଘୋଷିତ କଟକଣା ଜାରି ନକରିବାକୁ ନିବେଦନ କରିଥିଲେ। ଏଥି ସହ ଶନିବାର ସଂଧ୍ୟାରେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଟ୍ବିଟ ଯୋଗେ ପର୍ଯ୍ୟଟକଙ୍କୁ ବେଳାଭୂମି ପ୍ରବେଶରେ ଅତ୍ୟଧିକ କଟକଣାରେ‌ କୋହଳ କରିବାକୁ ନିବେଦନ କରାଯାଇଥିଲା। ଏହି କ୍ରମରେ ପ୍ରଶାସନ ନରମଭାବ ପୋଷଣ କରିବା ସହ ପର୍ଯ୍ୟଟକଙ୍କୁ ଯାତାୟାତରେ କୋହଳ ମନୋଭାବ ପୋଷଣ କରିଥିବା ଜଣାପଡିଛି। ପୂର୍ବ ପରି ସ୍ଥାନୀୟ ବାସିନ୍ଦା ଓ ହୋଟେଲରେ ରହୁଥିବା ପର୍ଯ୍ୟଟକ ମାନେ ନିଜ ପରିଚୟ ପତ୍ର ସହ ହୋଟେଲ ବିଲ ଦେଖାଇ ଯାଉଥିବା ଦେଖିବକୁ ମିଳିଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ ଓ ଏନ୍‌ଏସି ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀ, ଥାନା ଅଧିକାରୀ ବିବେକା ନନ୍ଦ ମହନ୍ତ, ଏସ୍‌ଆଇ ଜ୍ଞାନ ରଞ୍ଜନ ସାହୁ, ଏସ ଆଇ ହେମ କାନ୍ତି ଛତ୍ରିଆ, ଏଏସ୍‌ଆଇ ପୁରୁଷୋତ୍ତମ ପାଇକ, ହାବିଲଦାର ଅଜୟ କୁମାର ଶତପଥୀ, ଏମ୍.ମଧୁ , ରଞ୍ଜନ କୁମାର ପାଣିଙ୍କ ସମେତ ୨ ସେକ୍ସନ୍ ଫୋର୍ସ ଏବଂ ଏନ୍‌ଏସି କର୍ମଚାରୀ ଟ୍ରାଫିକ ନିୟନ୍ତ୍ରଣରେ ସାମିଲ ରହିଥିଲେ। ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ଗୋପାଳପୁର ପ୍ରବେଶ ଉପରେ କଟକଣା କୋହଳ କରିଥିବାରୁ ଲୋକେ ମାନେ ଖୁସି ଅନୁଭବ କରୁଥିବା ଦେଖିବାକୁ ମିଳିଥିଲା।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories