www.samajalive.in
Tuesday, December 9, 2025
16.1 C
Bhubaneswar

ଆସାମ ନିର୍ବାଚନ, ଅମିତ ଶାହାଙ୍କ ସହ ବୈଜୟନ୍ତ ପଣ୍ଡାଙ୍କ ବୈଠକ

ଭୁବନେଶ୍ବର: ଆସାମରେ ଆଗକୁ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଗୌହାଟୀଠାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଓ ଅନ୍ୟ ଦଳୀୟ ନେତୃବର୍ଗଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏଥିରେ ଶ୍ରୀ ଶାହା ନିର୍ବାଚନ ସଂକ୍ରାନ୍ତ କାର୍ୟ୍ୟକ୍ରମର ସମୀକ୍ଷା କରି ଶ୍ରୀଯୁକ୍ତ ପଣ୍ଡା ଅନ୍ୟ ଦଳୀୟ ନେତାଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି। ଆସାମରେ ମିଶନ ୧୦୦+ ଲକ୍ଷ୍ୟକୁ ପୂରଣ କରିବା ନେଇ ବିଜେପି ଜୋରଦାର ପ୍ରସ୍ତୁତି ଓ ମାରାଥନ ବୈଠକ କରୁଥିବା ସୂଚନା ମିଳିଛି। ଏଥିସହ ବୈଜୟନ୍ତ ପଣ୍ଡା ତାଙ୍କର ୫ ଦିନିଆ ଆସାମ ଗସ୍ତ ଶେଷ କରିଛନ୍ତି। ତେବେ ଆଗକୁ ନିର୍ବାଚନ ନେଇ ସେ ଅଧିକାଂଶ ସମୟ ଆସାମ ଗସ୍ତ କରିବେ ବୋଲି କହିଛନ୍ତି। ଆସାମରେ ବିଜେପିର ଅତ୍ୟନ୍ତ ଦୃଢ଼ ସ୍ଥିତି ଅଛି ଓ ନିର୍ବାଚନ ନେଇ ଅତି ସକାରାତ୍ମକ ମାହୋଲ ରହିଥିବା ଶ୍ରୀ ପଣ୍ଡା କହିଛନ୍ତି।

ଗତ ୨୬ ତାରିଖରେ ଶ୍ରୀ ଶାହା ଗୌହାଟୀରେ ପହଞ୍ଚିବା ପରେ ୩୦ ହଜାରରୁ ଉର୍ଦ୍ଧ୍ୱ ଜନତା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରି ତାଙ୍କୁ ସ୍ୱାଗତ ଜଣାଇଥିଲେ। ଶ୍ରୀଯୁକ୍ତ ପଣ୍ଡା ଅନ୍ୟ ଦଳୀୟ ନେତାଙ୍କ ସହ ଶାହାଙ୍କୁ ସ୍ୱାଗତ ଜଣାଇ ଜନତାଙ୍କୁ ଉତ୍ସାହିତ କରିଥିଲେ। ଗତକାଲି ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କୋର କମିଟି ବୈଠକରେ ଶ୍ରୀଯୁକ୍ତ ପଣ୍ଡା, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଦଳୀୟ ନେତୃବର୍ଗଙ୍କ ସହ ଯୋଗଦେଇ ନିର୍ବାଚନ ସଂକ୍ରାନ୍ତ କାର୍ୟ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ସେହିପରି ଶ୍ରୀଯୁକ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ଶ୍ରୀ ସୋନୋୱାଲ, ଆସାମ ବିଜେପି ସଭାପତି ରଣଜିତ କୁମାର ଦାସ ଓ ଅନ୍ୟ ଦଳୀୟ ନେତୃବୃନ୍ଦଙ୍କ ସହ ବୈଠକ କରି ତାଙ୍କ ଗସ୍ତ ଶେଷ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories