www.samajalive.in
Friday, December 12, 2025
19.1 C
Bhubaneswar

ବ୍ରଜରାଜନଗରରେ ଗୋପବନ୍ଧୁ ଜୟନ୍ତୀ ପାଳିତ

ବ୍ରଜରାଜନଗର : ଯୋଗଜନ୍ମା ମହାପୁରୁଷ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଆଜି ବ୍ରଜରାଜନଗରଠାରେ ପାଳିତ ହୋଇଯାଇଛି । ଇଏସଆଇ ଛକ ସ୍ଥିତ ଉତ୍କଳମଣୀଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ଭାବେ ବିଭିନ୍ନ ସଂଗଠନ, ରାଜନୈତିକ ଦଳ, ସଂସ୍ଥା ଓ ବ୍ୟକ୍ତି ବିଶେଷମାନଙ୍କ ତରଫରୁ ମାଲ୍ୟାର୍ପଣ କରି ଭାବପୁର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
“ସମାଜ” ପ୍ରତିନିଧି ସଂଗ୍ରାମ ସାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ରବୀନ୍ଦ୍ର ଦୀକ୍ଷିତ, ବରିଷ୍ଠ ସାମ୍ବାଦିକ ପ୍ରତାପ କେଶରୀ ସିଂହ, ଉପନ ଚରଣ ସାହୁ, ବ୍ୟାସଦେବ ପଣ୍ଡା, ତ୍ରିଲୋଚନ ଦାଶ, ବିଜୟ ସାହୁ, ପୂର୍ବତନ କାଉନସିଲର ସତ୍ୟାନନ୍ଦ ଦାସ, କହ୍ନେୟା ବାଗ, କ୍ଷୀରୋଦ ରାଉତ, ଶିବ ପ୍ରଧାନ, ଆଶ୍ରିତ ସାହୁ, ବଵଲୁ ବଡ଼ପଣ୍ଡା ପ୍ରମୁଖ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories