www.samajalive.in
Monday, December 8, 2025
17.1 C
Bhubaneswar

ଅଗଷ୍ଟ ୫ରେ ସରିବ ୨୦୧୬ ବଣ୍ଡ୍‌ ଅବଧି, ମିଳିବ ୧୨% ସୁଧ

ନୂଆଦିଲ୍ଲୀ : ୨୦୧୬ ଅଗଷ୍ଟ ୫ରେ ଜାରି ହୋଇଥିବା ଶୋଭରେନ ସୁନା ବଣ୍ଡ୍ ୨୦୨୪ ଅଗଷ୍ଟ ୫ରେ ପରିପକ୍ବ(ମାଚୁରିଟି) ହେବ। ୮ବର୍ଷ ପ​‌ରେ ଏହି ବଣ୍ଡ୍ ପରିପକ୍ବ ହେଉଛି। ନିବେଶକ ଏହା ଉପରେ ବାର୍ଷିକ ୧୨% ସୁଧ ପାଇବେ। ତେବେ ଅନ୍ୟ ସମାନ ବିପଦ ପ୍ରୋଫାଇଲର ସମ୍ପତ୍ତି ଶ୍ରେଣୀ ଅପେକ୍ଷା ଏହି ରିଟର୍ଣ୍ଣ ଭଲ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

୨୦୧୫ ନଭେମ୍ବରରେ ଜାରି ଏହି ଶୋଭରେନ ସୁନା ବଣ୍ଡ୍ ଯୋଜନା ଭୌତ୍ତିକ ସୁନା କ୍ଷେତ୍ରରେ ଏକ ସୁରକ୍ଷିତ ଏବଂ ସୁବିଧାଜନକ ବିକଳ୍ପ ଭାବରେ ପ୍ରସ୍ତୁତ କରାଯାଇଥିଲା। ଏହି ଯୋଜନା ନିବେଶକଙ୍କୁ ଭୌତିକ ସୁନାକୁ ସୁରକ୍ଷିତ ରଖିବା ଚିନ୍ତାରୁ ମୁକ୍ତ କରିଥାଏ। ଏହି ବଣ୍ଡ୍ ଉପରେ ବାର୍ଷିକ ୨.୭୫% ସୁଧ ପ୍ରତି ୬ ମାସରେ ମିଳିଥାଏ। ୨୦୨୪ ଅଗଷ୍ଟ ୫ରେ ପରିପକ୍ବ ହେଉଥିବା ଏହି ବଣ୍ଡରେ ସୁନା ଗ୍ରାମ ପ୍ରତି ୩ ହଜାର ଶହେ ୧୯ ଟଙ୍କା ମୂଲ୍ୟରେ ଜାରି ହୋଇଥିଲା। ତେବେ ଏହି ୮ ବର୍ଷ ମଧ୍ୟରେ ସୁନା ମୂଲ୍ୟ ବହୁ ଅସ୍ଥିର ରହିଥିବାରୁ ବଣ୍ଡ ପରିପକ୍ବର ୩ଦିନ ପୂର୍ବରୁ ଥିବା ୯୯୯ ଶୁଦ୍ଧ ସୁନାର ହାରାହାରି ମୂଲ୍ୟ ନିର୍ଦ୍ଧାରଣ କରାଯିବ। ୧୨ ମାସରୁ ଅଧିକ ଦିନ ପର୍ଯ୍ୟନ୍ତ ଶୋଭରେନ ସୁନା ବଣ୍ଡ୍ ଥିଲେ ଏହା ଦୀର୍ଘକାଳୀନ ଅର୍ଥ ସଞ୍ଚୟ ଶ୍ରେଣୀରେ ଯିବ। ତେଣୁ ୨୦୨୪ ଜୁଲାଇ ୨୩ ପରେ ସୁନା ବଣ୍ଡରୁ ମିଳିବାକୁ ଥିବା ସୁଧ ଉପରେ ନୂତନ ନିୟମ ଅନୁଯାୟୀ ୧୨.୫% ଟିକସ ଲାଗିବ।

- Advertisement -

ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନରେ ଶୋଭରେନ ସୁନା ବଣ୍ଡ୍ ପାଇଁ ଆବେଦନ କରିହେବ। ଡିମାଟ ଆକାଉଣ୍ଟ ଥିଲେ ଏଥିପାଇଁ ଅନ୍‌ଲାଇନରେ ଆବେଦନ କରିହେବ। ଏଥିସହ ନେଟ୍‌ ବ୍ୟାଙ୍କିଂ ଥି​‌ଲେ ମଧ୍ୟ ଆର୍‌ବିଆଇର ୱେବ୍‌ସାଇଟ କିମ୍ବା ନିଜ ବ୍ୟାଙ୍କ ପୋର୍ଟାଲରେ ମଧ୍ୟ ଆବେଦନ କରିହେବ। ସେହିପରି ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‌ରେ ମଧ୍ୟ ଆବଶ୍ୟକ କାଗଜପତ୍ର ଓ ନିବେଶ ଅର୍ଥ ଦେଇ ଅଫ୍‌ଲାଇନ୍‌ ମୋଡ୍‌ରେ ଶୋଭରେନ ସୁନା ବଣ୍ଡ୍ ପାଇଁ ଆବେଦନ କରିହେବ।

କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତ ସବୁଠାରୁ ବଡ ବଜାର – ମାର୍କ ଜୁକରବର୍ଗ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories