www.samajalive.in
Monday, December 8, 2025
20.1 C
Bhubaneswar

ଆମେରିକା ଜିଡିପିଠାରୁ ବହୁ ଦୂରରେ ଭାରତ, ଏକ ଚତୁର୍ଥାଂଶରେ ପହଞ୍ଚିବାକୁ ୭୫ ବର୍ଷ ଲାଗିବ

ନୁଆଦିଲ୍ଲୀ : ବର୍ତ୍ତମାନର ହାରରେ ଅଭିବୃଦ୍ଧି ଜାରି ରହିଲେ ଆମେରିକାର ଜିଡିପି (ସକଳ ଘରୋଇ ଉତ୍ପାଦ)ର ଏକ ଚତୁର୍ଥାଂଶରେ ପହଞ୍ଚିବାକୁ ଭାରତକୁ ଆହୁରି ୭୫ ବର୍ଷ ଲାଗିବ। ବିଶ୍ବ ବ୍ୟାଙ୍କର ସର୍ବଶେଷ ‘ବିଶ୍ବ ଅଭିବୃଦ୍ଧି ରିପୋର୍ଟ-୨୦୨୪’ରେ ଏହି ତଥ୍ୟ ପ୍ରକାଶ ପାଇଛି। ବିକାଶଶୀଳ ଦେଶମାନଙ୍କୁ ମଧ୍ୟମ ଆୟ ଜାଲରୁ ରକ୍ଷା କରିବା ପାଇଁ ପ୍ରଥମ ବିସ୍ତୃତ ରୋଡମ୍ୟାପ୍ ପ୍ରଦାନ କରୁଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି ଯେ ଭାରତ, ଚୀନ୍, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକା ସମେତ ୧୦୦ରୁ ଅଧିକ ଦେଶ ଉଚ୍ଚ ଆୟର ମାନ୍ୟତା ପାଇବାରେ ଗୁରୁତ୍ୱପୂର୍ଣ୍ଣ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଅର୍ଥନୀତିରେ ପରିଣତ କରିବା କିମ୍ବା ଏକ ପିଢ଼ି ମଧ୍ୟରେ ଉଚ୍ଚ ଆୟ ସ୍ଥିତି ହାସଲ କରିବାକୁ ଭାରତର ପ୍ରଧାନମନ୍ତ୍ରୀଙ୍କ ଆକାଂକ୍ଷାକୁ ଏହି ରିପୋର୍ଟରେ ଦର୍ଶାଯାଇଛି।

‘ବିକଶିତ ଭାରତ’ ପାଇଁ ଏହାର ଦୃଷ୍ଟିକୋଣକୁ ନୀତି ଆୟୋଗ ଗତ ସପ୍ତାହରେ କହିଥିଲେ ଯେ ମଧ୍ୟମ ଆୟ ଜାଲରୁ ରକ୍ଷା ପାଇବା ପାଇଁ ଓ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ୨୦-୩୦ ବର୍ଷ ପର‌୍ୟ୍ୟନ୍ତ ୭-୧୦ ପ୍ରତିଶତ ବେଗରେ ଅଭିବୃଦ୍ଧି ହେବା ଆବଶ୍ୟକ। ଏଥିସହ ବାର୍ଷିକ ମୁଣ୍ଡପିଛା ଆୟ ୧୮ ହଜାର ଡଲାର ଏବଂ ୨୦୪୭ ସୁଦ୍ଧା ୩୦ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ ହେବା ଆବଶ୍ୟକ। ଆଜିର ୩୩ ଲକ୍ଷ ୬ ହଜାର କୋଟି ଡଲାରରୁ ଜିଡିପିକୁ ନଅ ଗୁଣ ବଢ଼ିବାକୁ ପଡିବ ଏବଂ ମୁଣ୍ଡପିଛା ଆୟ ବାର୍ଷିକ ୨,୩୯୨ ଡଲାରରୁ ଆଠ ଗୁଣ ବଢ଼ାଇବାକୁ ପଡ଼ିବ।  ତେବେ ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ଭାରତ ସମେତ ମଧ୍ୟମ ଆୟକାରୀ ଦେଶମାନଙ୍କରେ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେଉନାହିଁ। ବିଶ୍ବ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଇନ୍ଦରମିତ୍ ଗିଲ୍ କହିଛନ୍ତି ଯେ ବିଗତ ଶତାବ୍ଦୀରୁ ବହୁ ମଧ୍ୟବିତ୍ତ ଦେଶ ପୁରୁଣା ରଣନୀତି ଉପରେ ନିର୍ଭର କରିଚାଲିଛନ୍ତି। ଏହିଭଳି ଧାରା ଜାରି ରହିଲେ ଆମେରିକା ଅର୍ଥନୀତିର ଏକ ଚତୁର୍ଥାଂଶରେ ପହଞ୍ଚିବାକୁ ଭାରତକୁ ଆହୁରି ୭୫ ବର୍ଷ ଲାଗିବ ବୋଲି ବିଶ୍ବ ବ୍ୟାଙ୍କ ଆକଳନ କରିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories