ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ; ନିର୍ବାଚନ ସ୍ଥଗିତ

ବରଗଡ଼: ବରଗଡ଼ ଜିଲ୍ଲା ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କର ବୁଧବାର ହୃଦଘାତରେ ମୃତ୍ୟୁ ହୋଇଛି। ଏହାପରେ ଉକ୍ତ ପଞ୍ଚାୟତରେ ଆଗାମୀ ୨୪ ତାରିଖରେ ହେବାକୁ ଥିବା ସରପଞ୍ଚ ପଦ ପାଇଁ ନିର୍ବାଚନ ବନ୍ଦ ଘୋଷଣା କରାଯାଇଛି। ସେ ସୂର୍ଯ୍ୟ ଚିହ୍ନରେ ନିର୍ବାଚନ ଲଢ଼ୁଥିଲେ। ହଠାତ୍‌ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତକ ଘୋଷଣା କରିଥିଲେ।

ଅପରପକ୍ଷେ, କଟକ ଜିଲ୍ଲା ଯଶପଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ନମିତା ବେହେରାଙ୍କ ମୃତ୍ୟୁ ପରେ ସେଠାରେ ସରପଞ୍ଚ ପଦପାଇଁ ମତଦାନ ବାତିଲ କରାଯାଇଛି।

Comments are closed.