ମା’ ଆକଟ କରିବାରୁ ବିଷ ପିଇଦେଲା ନାବାଳିକା

ବାସୁଦେବପୁର : ମାଆର ଆକଟକୁ ସହିନପାରି ନାବାଳିକା ବିଷପାନ କରି ଗୁରୁତର । ଏମିତି ଘଟଣା ନାଇକାଣିଡିହ ଥାନା ଅଧିନ ମଲ୍ଲିକାଦେଇପୁର ଗ୍ରାମରେ ଘଟିଛି । ସୂଚନା ମୁତାବକ, ଏହି ଗ୍ରାମର ରମାକାନ୍ତ ବାରିକଙ୍କ ନାବାଳିକା ଝିଅ ଶସ୍ମିତା(୧୦)ନିଜ ମାଆକୁ ପଡୋଶୀ ଘରେ ଖାଇବାକୁ ଜିଦ ଧରିଥିଲା । ମାଆ ବାରଣ କରିବାରୁ ଚାଷକାମ ପାଇଁ ସାଇତାଥିବା କୀଟନାଶକକୁ ପିଇ ଦେଇଥିଲା ନାବାଳିକା । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ଅଣାଯାଇଥିଲା ।

Comments are closed.