www.samajalive.in
Tuesday, December 9, 2025
16.1 C
Bhubaneswar

ବିଜେଡିର ଶାନ୍ତିପୂର୍ଣ୍ଣ ଧାରଣା ଓ କୁଶପୁତ୍ତଳିକା ଦାହ

ବାସୁଦେବପୁର : କଳିଙ୍ଗପୁତ୍ର ତଥା ଭୁତପୁର୍ବ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ଅସମ୍ମାନୀତ କରାଯିବା କାରଣକୁ ନେଇ ଆଜି ବାସୁଦେବପୁର ବିଜେଡି ପକ୍ଷରୁ ଶାନ୍ତିପୁର୍ଣ୍ଣ ଧାରଣା ସହିତ କୁଶପୁତ୍ତଳିକା ଦାହ କରିଛି । ବ୍ଲକ ସଭାପତି ଦୀନବନ୍ଧୁ ଦାସଙ୍କ ଅଧ୍ୟକ୍ଷତାରେ କର୍ମୀ ଓ ସମର୍ଥକମାନେ ବାସୁଦେବପୁର ଟାଉନହଲ ଠାରୁ ବାହାରି ସହର ପରିକ୍ରମା କରିବା ପରେ ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସେଠାରେ ପଥପ୍ରାନ୍ତ ସଭା କରାଯିବା ସହିତ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହି ଅବସରରେ ବାସୁଦେବପୁର ବିଧାନସଭା ଆସନର ପୁର୍ବତନ ବିଧାୟକ ବିଷ୍ନୁବ୍ରତ ରାଉତରାୟ, ୧୯ ନଂ ଜିଲ୍ଲା ପରିଷଦ ସଭ୍ୟ ଯଦୁନାଥ ନାୟକ, ପ୍ରଫୁଲ୍ଲ ପଳିତା, ଗୈାତମ ସେଠୀ, ପ୍ରଫୁଲ୍ଲ ପଳିତା, ଅଶୋକକୁମାର ନାୟକଙ୍କ ସମେତ ପାଖାପାଖି ଏକହଜାରରୁ ଉର୍ଦ୍ଧ କର୍ମୀ ଓ ସମର୍ଥକମାନେ ଉପସ୍ଥିତ ଥିଲେ । ଥାନାଧିକାରିଣୀ ଲୋପାମୁଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories