www.samajalive.in
Monday, December 8, 2025
17.1 C
Bhubaneswar

ଜଙ୍ଗଲ ନିଆଁ ନିରାକରଣ ସଚେତନତା ଓ ପ୍ରଶିକ୍ଷଣ ଶିବିର 

କଳାବାଡିଆ : ଜଙ୍ଗଲ ନିଆଁ ନିରାକରଣ ସଚେତନତା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ ବାରିପଦା ଆନୁକୁଲ୍ୟରେ ପିଠାବଟା ବନାଞ୍ଚଳ  ବାଲିଡିହା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଧାୟିକା ସୁଶ୍ରୀ ସଞ୍ଜଳୀ ମୁର୍ମୁ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶିମିଳିପାଳ ହେଉଛି ବିଶ୍ଵର ଚତୁର୍ଥ ବୃହତ୍ତମ ଜୈବ ମଣ୍ଡଳ। ଏହାର ସୁରକ୍ଷା ପାଇଁ ବନ ବିଭାଗ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ସାଧାରଣରେ ସାମାଜିକ ଦାୟିତ୍ଵ ବୃଦ୍ଧି କରିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବିଧାୟିକା  କହିଥିଲେ। ଶିମିଳିପାଳର ପାଦଦେଶ ଓ ଏହାର ଆଭ୍ୟନ୍ତରୀଣ ଅଞ୍ଚଳରେ ବସବାସ କରୁଥିବା ଳୋକଙ୍କୁ ନେଇ ବିଭିନ୍ନ ଜଙ୍ଗଲ ସୁରକ୍ଷା କମିଟି ଗଠନ କରାଯାଇଛି। ଫଳରେ ଆଗକୁ ଆସୁଥିବା ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁକୁ ରୋକାଯାଇପାରିବ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୂର୍ମୁ, ବିଜେପିର ରାଷ୍ଟ୍ରୀୟ ସଦସ୍ୟ ସୁଗୁଦା ମୁର୍ମୁ, ସାମାଖୁଣ୍ଟା ବ୍ଲକର ବିଡ଼ିଓ ମୁନା ସେଠୀ, ଡେପୁଟି ଡାଇରେକ୍ଟର, , ଆଇଏଫେସ ଡ଼. ସମ୍ରାଟ ଗୌଡା, ଡ଼ିଏଫୋ ଉମା ମହେଶ, ସମରେଶ ବିଶ୍ୱାଳ, ଏସିଏଫ, ପ୍ରଦୀପ କୁମାର ଦେ, ଏସିଏଫଙ୍କ ସହ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories