www.samajalive.in
Friday, December 12, 2025
19.1 C
Bhubaneswar

କନ୍ୟାଶ୍ରମରେ ଶିଶୁକନ୍ୟାଙ୍କ ସନ୍ଦେହଜନକ ମୃତ୍ୟୁ, ଜଣେ ଗୁରୁତର

ସୋର : ସୋରସ୍ଥିତ ଗାନ୍ଧୀ ସେବା ସଂଘ ପୁରୁବାଇ କନ୍ୟାଶ୍ରମର ଅନ୍ତେବାସୀ ୮ ବର୍ଷର ଶିଶୁକନ୍ୟାର ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଯାଇଛି। ଆଶ୍ରମର ଅନ୍ୟ ଜଣେ ଅନ୍ତେବାସୀ ଗୁରୁତର ହୋଇ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକ ହେଉଛନ୍ତି ହେମାଙ୍ଗିନୀ ହାଁସଦା ଓ ଗୁରୁତର ହୋଇଥିବା କନ୍ୟା ହେଉଛନ୍ତି ବାଗୁଡି ଯୋଡା ଆମ୍ବ ଗ୍ରାମର ୧୦ମ ଶ୍ରେଣୀର ଛାତ୍ରୀ ସରସ୍ବତୀ ମଳିକ।  ସୂଚନାଯୋଗ୍ୟ ଯେ, ଦେଢ ବର୍ଷ ତଳୁ ହେମାଙ୍ଗିନୀ ହାଁସଦା ସୋର ଗାନ୍ଧୀ ସେବା ସଂଘ ପୁରୁବାଇ କନ୍ୟାଶ୍ରମରେ ରହି ଆସୁଥିଲେ। ଗତ ସନ୍ଧ୍ୟାରେ ସେ ହଠାତ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ଆଶ୍ରମ କର୍ତ୍ତୃପକ୍ଷ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଏ ସମ୍ପର୍କରେ ଖବର ପାଇ ସୋର ତହସିଲଦାର ଦେବୀ ପ୍ରସାଦ ଦାଶ, ଜିଲା ଶିଶୁ ସୁରକ୍ଷା ୟୁନିଟର ଅଧ୍ୟକ୍ଷ ଭାଗୀରଥି ବାରିକ ତଦନ୍ତ କରୁଛନ୍ତି। ମୃତ ହେମାଙ୍ଗିନୀଙ୍କ ବୁଢିମାଆ ନାତୁଣୀର ମୁତ୍ୟୁର କାରଣ ଜାଣି ନଥିବା କହିଛନ୍ତି। ଆଶ୍ରମ ସମ୍ପାଦିକା ସୁମତୀ ମହାନ୍ତି କହିଛନ୍ତି, ହେମାଙ୍ଗିନୀ ଗତକାଲି ହଠାତ ଗୁରୁତର ହୋଇ ପଡିଲା। ଚିକିତ୍ସା ଠିକ ହୋଇଥିଲା। ପୁଲିସ ହେମାଙ୍ଗୀନିଙ୍କ ଶବ ବ୍ୟବଚ୍ଛେଦ କରିଛି। ଶବ ବ୍ୟବଛେଦ ରିପୋର୍ଟ ମିଳିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସିଡବ୍ଲୁସି ଅଧ୍ୟକ୍ଷ କହିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories