www.samajalive.in
Sunday, December 7, 2025
15.1 C
Bhubaneswar

ଦେବାଶିଷଙ୍କୁ ଅଣାଦେଖା ? ବନ୍ଧୁ ମିଳନ କାର୍ଡରେ ନାହିଁ ନାଁ

କଟକ : ମହଙ୍ଗା ପଡିଲା କି ଶ୍ରୀମୟୀଙ୍କ ସପକ୍ଷରେ ବୟାନ। କଟକ ବିଜେଡିରେ ଗଡବଡ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି। ଦଶହରା ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଇଁ ଛପା ଯାଇଥିବା କାର୍ଡରେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନାଁ ନାହିଁ। ଆସନ୍ତା ୨୬ ତାରିଖରେ କଟକ ବିଜେଡି ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏଥିପାଇଁ ଏକ କାର୍ଡ ବଣ୍ଟା ଯାଇଛି। ହେଲେ ଏଥିରେ ଦେବାଶିଷଙ୍କ ନାଁକୁ ବାଦ୍‌ ଦିଆଯାଇଛି। କଟକ ମେୟର ସୁବାଷ ସିଂ, ବିଧାୟକ ସୌଭିକ୍ ବିଶ୍ଵାଳ, ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂଙ୍କର ନାଁ ଥିବାବେଳେ ଦେବାଶିଷଙ୍କ ନାଁ ବାଦ୍ ପଡିବାକୁ ନେଇ ରାଜନୀତି ସରଗରମ ହୋଇଛି। ଏ ନେଇ ଦେବାଶିଷ ସାମନ୍ତରାୟଙ୍କ ସହ ତାଙ୍କ ସହଯୋଗୀ ମାନେ ମଧ୍ୟ ଖପ୍ପା ହୋଇଛନ୍ତି।

ତେବେ ଦେବାଶିଷ ସମାନ୍ତରାୟ କିଛି ଦିନ ହେବ ଦଳ ବାବଦରେ ଯେଉଁ ମନ୍ତବ୍ୟ ଦେଉଛନ୍ତି, ତାକୁ ନେଇ ହାଇକମାଣ୍ଡ ଅସନ୍ତୁଷ୍ଟ ହେଉଥିବା ଚର୍ଚ୍ଚା ହେଉଛି। ସେପଟେ କଟକ ମେୟର ସୁବାଷ ସିଂ ଏହାକୁ ନେଇ କହିଛନ୍ତି ଯେ ଦେବାଶିଷଙ୍କୁ ନିମନ୍ତ୍ରଣ କରାଯାଇଛି। କାର୍ଡରେ ନାଁ ନଥିଲେ ବି ରାଜ୍ୟ ଅତିଥି ଭାବରେ ଆସିବେ। ସମସ୍ତଙ୍କର ନାଁ କାର୍ଡରେ ଲେଖିବା ସମ୍ଭବ ନୁହେଁ । ତେବେ ଏହି ପ୍ରସଙ୍ଗରେ ଦେବାଶିଷ ସାମନ୍ତରାୟଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି। ଗତ ଶୁକ୍ରବାର ଦିନ ଶ୍ରୀମୟୀଙ୍କ ସପକ୍ଷରେ କହିବାକୁ ଯାଇ ଦେବାଶିଷ କହିଥିଲେ ଶ୍ରୀମୟୀ ଯେତେବେଳେ ଯାହା କହିଛନ୍ତି ଠିକ୍ କହିଛନ୍ତି। ଏବଂ ସେ ଯେଉଁ ସବୁ କଥା କହିଛନ୍ତି ସେଥିରେ ସତ୍ୟତା ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories