www.samajalive.in
Sunday, December 7, 2025
26.1 C
Bhubaneswar

ଦୁଃସ୍ୱପ୍ନ ଦେଖୁଥିଲେ ଆପଣାନ୍ତୁ ଏହି ଉପାୟ, ଦୂର ହେବ ସମସ୍ୟା

ରାତିରେ ଶୋଇବା ପରେ ବହୁ ଲୋକ ସ୍ୱପ୍ନ ଦେଖିଥା’ନ୍ତି। କେହି କେହି ତ ଦିନରେ ମଧ୍ୟ ଗାଢ ନିଦରେ ଶୋଇ ଗଲେ ବିଭିନ୍ନ ସ୍ୱପ୍ନ ଦେଖିଥାଆନ୍ତି। କିଏ ଭଲ ସ୍ୱପ୍ନ ଦେଖିଥାଏ ତ କିଏ ଖରାପ ସ୍ୱପ୍ନ। ତେବେ କିଛି ଦୁଃସ୍ୱପ୍ନ ବା ଭୟଙ୍କର ସ୍ୱପ୍ନ ଦେଖିଲେ ଆମ ନିଦ ହଠାତ୍‍ ଭାଙ୍ଗିଯିବା ସହ ଆମେ ଭୟଭୀତ ହୋଇଯାଆନ୍ତି। କିଛି ଲୋକ ପ୍ରତିଦିନ ଏପରି ଭୟଙ୍କର ସ୍ୱପ୍ନ ଦେଖିଥା’ନ୍ତି। ଯେଉଁଥି ପାଇଁ ସେମାନେ ଚିନ୍ତିତ ରହିଥା’ନ୍ତି। ତେବେ ବାସ୍ତୁଶାସ୍ତ୍ରରେ ଏହାର ସମାଧାନର ବାଟ ରହିଛି। ବାସ୍ତୁର କିଛି ସରଳ ଉପାୟ ଉପରେ ଧ୍ୟାନ ଦେଲେ ଏପରି ଖରାପ ସ୍ୱପ୍ନରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା କେଉଁ ଉପାୟ ଆପଣାଇଲେ ରାତିରେ ଭୟଙ୍କର ସ୍ୱପ୍ନ ଆସିବ ନାହିଁ।

୧. ଏକ ତମ୍ବା ପାତ୍ରରେ ପାଣି ଭରି ବିଛଣା ପାଖରେ ରଖନ୍ତୁ। ସକାଳେ ଏହି ପାଣିକୁ ଗଛରେ ଦେଇଦିଅନ୍ତୁ। ଆଉ ଖରାପ ସ୍ୱପ୍ନ ଆପଣଙ୍କ ପାଖ ମାଡ଼ିବ ନାହିଁ।
୨. ବାସ୍ତୁଶାସ୍ତ୍ର ଅନୁସାରେ ଯଦି ରାତିରେ ଶୋଇବା ବେଳେ ଡର ଲାଗୁଛି ଓ ଖରାପ ସ୍ୱପ୍ନ ଦେଖୁଛନ୍ତି ତେବେ ତକିଆ ତଳେ ଏକ ଛୁରୀ ରଖି ଦିଅନ୍ତୁ। ଯଦି ଛୁରୀ ନାହିଁ ତେବେ କଇଁଚି, ନେଲ୍ କଟର୍, କଣ୍ଟା ମଧ୍ୟ ରଖି ପାରିବେ। ଭୟ ଦୂରେଇ ଯିବ।
୩. ହଳଦୀ ବୋଳା ଯାଇଥିବା କିଛି ଚାଉଳ କାଗଜ କିମ୍ବା କପଡ଼ାରେ ଗୁଡ଼ାଇ ତକିଆ ତଳେ ରଖି ଦିଅନ୍ତୁ। ଡର ଲାଗିବା ଓ ଖରାପ ସ୍ୱପ୍ନ ଆସିବା ବନ୍ଦ ହୋଇଯିବ।
୪. ମହିଳାମାନେ ରାତିରେ କେଶ ବାନ୍ଧି ଶୋଇବା ଉଚିତ୍। ରାତିରେ କେଶ ଖୋଲା ରଖି ଶୋଇଲେ ଖରାପ ସ୍ୱପ୍ନ ଆସିଥାଏ।
୫. ଶୋଇବା ପୂର୍ବରୁ ବିଛଣା ସଜାଡ଼ି ନିଅନ୍ତୁ। ଖରାପ କିମ୍ବା ବାସି ବିଛଣାରେ ଶୋଇଲେ ଖରାପ ସ୍ୱପ୍ନ ଆସିଥାଏ।
୬. ଶୋଇବା ସ୍ଥାନ ବା ଖଟ ପାଖରେ କିମ୍ବା ଆଖପାଖରେ ଜୋତା ଥିଲେ ଖରାପ ସ୍ୱପ୍ନ ଆସିଥାଏ। ତେଣୁ ଜୋତାକୁ ଶୋଇବା ସ୍ଥାନରୁ ଦୂରରେ ରଖନ୍ତୁ, ଆଉ ଖରାପ ସ୍ୱପ୍ନ ଆସିବ ନାହିଁ।
୭. ଚାଦର କଳା ହୋଇଥିଲେ ଅଥବା ଏଥିରେ ହିଂସ୍ର ଜନ୍ତୁଙ୍କ ଫଟୋ ଥିଲେ, ଏହାକୁ ବ୍ୟବହାର କରନ୍ତୁ ନାହିଁ। ଏହା ଭୟଙ୍କର ଓ ଖରାପ ସ୍ୱପ୍ନର କାରଣ ହୋଇପାରେ। ସେହପରି ଚିରି ଯାଇଥିବା ଚାଦର ମଧ୍ୟ ବ୍ୟବହାର କରନ୍ତୁ ନାହିଁ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories