www.samajalive.in
Saturday, December 6, 2025
26.1 C
Bhubaneswar

ଚିତାଲାଗି ଅମାବାସ୍ୟାରେ ଗେଣ୍ଡାପୂଜା

ପିପିଲି: ଶ୍ରାବଣ ଅମାବାସ୍ୟା ତଥା ଚିତାଲାଗି ଅମାବାସ୍ୟା ଅବସରରେ ପିପିଲିରେ ପ୍ରତ୍ୟେକ କୃଷକ ପରିବାର ପକ୍ଷରୁ ସୋମବାର ଗେଣ୍ଡାଙ୍କୁ ପୂଜା କରାଯିବା ସହ ସେମାନଙ୍କୁ ଚିତଉ ପିଠା ଖାଇବାକୁ ଦିଆଯାଇଛି। ଚାଷ ଜମିର ମିତ ଭାବେ ପରିଚିତ ଗେଣ୍ଡା କୃଷକଙ୍କ ବନ୍ଧୁ। ବର୍ଷାଦିନେ ତଥା ଶ୍ରାବଣ ମାସରେ ଚାଷ ଜମିରେ ଅସଂଖ୍ୟ ଗେଣ୍ଡା ଜନ୍ମଲାଭ କରୁଥିବା ବେଳେ ମାଟିକୁ ହାଲୁକା ଛିଦ୍ରଯୁକ୍ତ କରାଇ ଉର୍ବର କରିଥାନ୍ତି। ଚାଷଜମିରେ ଗେଣ୍ଡା ରହି ଅପକାରୀ ଶୈବାଳ, ଚକଡ଼ା ପୋକ ଆଦିକୁ ଭକ୍ଷଣ କରିବା ସହ ଚାଷକୁ ସୁରକ୍ଷା ଦେଇଥାଏ। ମୃତ୍ତିକାର ଉପକାର କଲେ ମଧ୍ୟ ଚାଷୀଙ୍କ ପାଦକୁ ଗେଣ୍ଡା କାଟି ଦେଇଥାଏ। ତେଣୁ ଚିତାଲାଗି ଅମାବାସ୍ୟାରେ ପ୍ରତ୍ୟେକ ଚାଷୀ ପରିବାର ପକ୍ଷରୁ ଅରୁଆ ଚାଉଳରେ ଚିତଉ ପିଠା ଓ ଗଇଁଠା ପିଠା କରାଯାଇ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଖାଇବା ପାଇଁ ଜମିରେ ଦିଆଯାଇଥିଲା। ଏଥିସହ ବନ୍ୟା ଜଳରୁ ଫସଲର ସୁରକ୍ଷା ପାଇଁ ବରୁଣ ଦେବତାଙ୍କ ଉଦ୍ଦେଶ୍ୟରେ ପାଣିରେ ଚିତଉ ପିଠାକୁ ଚାଷୀମାନେ ଭସାଇଥିବା ପରିଲକ୍ଷିତ ହୋଇଥିଲା। ଏହାଦ୍ୱାରା ଗେଣ୍ଡାମାନେ କୃଷିର ସୁରକ୍ଷା କରିବା ସହ କୃଷକକୁ ନିଜର ବନ୍ଧୁ ବୋଲି ଭାବି ଆକ୍ରମଣ କରିବେ ନାହିଁ ଓ ବରୁଣ ଦେବତାଙ୍କ ଆଶୀର୍ବାଦରୁ ବର୍ଷା ଓ ବନ୍ୟାରେ ଫସଲ କ୍ଷତି ହେବନାହିଁ ବୋଲି ଲୋକକଥା ଥିବା ସଂପର୍କରେ ଖଣ୍ଡିଆଗିରି ଗ୍ରାମର ଅଗ୍ରଣୀ ଚାଷୀ ବ୍ରଜକିଶୋର ପ୍ରଧାନ ପ୍ରକାଶ କରିଛନ୍ତି।

 

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories