www.samajalive.in
Wednesday, December 10, 2025
18.1 C
Bhubaneswar

ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ପ୍ରଶାସନିକ ପ୍ରତିନିଧି ଦଳ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟ (ବିକାଶ ମଡେଲ)କୁ ସୋମବାର ଦିନ ଏକ ୨୪ଜଣିଆ କନ୍ଧମାଳ ଜିଲ୍ଲା ପ୍ରଶାସନିକ ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି । ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପରିଦର୍ଶନ ବେଳେ କନ୍ଧମାଳ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ବିଶ୍ୱରଂଜନ ନାୟକ , ,ଗଞ୍ଜାମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଥମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ଶତ୍ରୁସୋଲ ଗ୍ରାମରେ ଉକ୍ତ ଟିମ ବିଭିନ୍ନ ପ୍ରକଳ୍ପ ଦେଖିବା ସହ ପରେ କଣ୍ଟିଆଗଡ଼ ଗ୍ରାମ ନିକଟସ୍ଥ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ମନ୍ଦିର ନିକଟରେ ଉକ୍ତ ଟିମ କୁ ମହିଳା ଓ ପୁରୁଷ ମାନେ ପ୍ରଥମେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।  ଏହା ପରେ ମନ୍ଦିର ନିକଟରେ ହୋଇଥିବା କଲ୍ୟାଣମଣ୍ଡପ, ରୁରାଲ ପାର୍କ, ଆଦର୍ଶ ପୁଷ୍କରିଣୀ ପରିଦର୍ଶନ କରିବା ପରେ ହୁମ୍ମାର ପଞ୍ଚାୟତ କାର୍ୟ୍ୟାଲୟ ସମେତ ଅନ୍ୟନ ପ୍ରକଳ୍ପ ଦେଖିଥିଲେ । ଏହି ଟିମରେ ୧୨ ଜଣ ବିଡ଼ିଓ,୧୧ଜଣ ଆସିଷ୍ଟାଣ୍ଡ ଇଞ୍ଜିନିୟର ଓ ଜେଇ ପ୍ରମୁଖ ପରିଦର୍ଶନ କରିଥିଲେ।

ଏହି ପରିଦର୍ଶନ ବେଳେ ବଟେଶ୍ୱର ପୀଠରେ ପାଳିବନ୍ଧ ପଂଚାୟତ ସରପଞ୍ଚ ଦିଲିପ ଛୋଟରାୟ,ବଟେଶ୍ୱର ମନ୍ଦିର ପରିଚାଳନା କମିଟି ଉପସଭାପତି ଶବର ତରାଇ, ସଞ୍ଜୟ ତରାଇ, ତ୍ରୀଲୋଚନ ପ୍ରଧାନ,ବିରେନ ପ୍ରଧାନ, ସତୀଶ ସ୍ୱାଇଁ,ପ୍ରଶାନ୍ତ ଛଟେଇ,ପଦ୍ମଚରଣ ପଲାଇ, ପବିତ୍ର ସ୍ୱାଇଁ ଗ୍ରାମରକମିଟିର ସଦସ୍ୟ ମାନେ ଯୋଗଦେଇଥିଲେ ।  ପରିଦର୍ଶନରେ ଆସିଥିବା ଟିମ ସ୍ଥାନୀୟ ଲୋକପ୍ରତିନିଧି ସହ ଉନୟନ କାର୍ୟ୍ୟ ଉପରେ ଆଲୋଚନା କରିଥିଲେ। ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ବଂଶୀଧର ପରିଡା, ପାଳିବନ୍ଦ ପି. ଇ. ଓ ଦିଲୀପ ନାୟକ ଅନ୍ୟନ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories