www.samajalive.in
Monday, December 8, 2025
14.1 C
Bhubaneswar

୧୩ କିଲୋ ଗଂଜେଇ ଜବତ, ୪ ଗିରଫ 

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ପୃଥକ ପୃଥକ ଦୁଇଟି ସ୍ଥାନରେ ଚଢାଉ କରି ୧୩ କେଜି ଗଂଜେଇ ସହିତ ୨ଟି ବାଇକକୁ ଜବତ କରିଥିବା ବେଳେ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଅବକାରୀ ସୂତ୍ରରୁ ପ୍ରକାଶ, କେନ୍ଦୁଝର ଜିଲ୍ଲାର ଅନୁରାଗ ସଙ୍ଖୁଆ(୨୩) ଓ ଦୀପକ ରଂଜନ ବାରିକ ଏକ ସ୍କୁଟିରେ ଫୁଲବାଣୀ ପଟୁ ଆସି ଚାରିଛକ ଦେଇ ୫୭ ନମ୍ବର ଜାତୀୟ ରାଜପଥରେ କେନ୍ଦୁଝର ଯାଉଥିବା ସମୟରେ ଅବକାରୀ ବିଭାଗ ପକ୍ଷରୁ ଝାଡରାଜିଙ୍ଗ ଗ୍ରାମ ନିକଟରେ ଚଢାଉ କରି ଗାଡିରୁ ୮ କିଲୋ ଗଂଜେଇ ଜବତ କରିଥିଲେ। ଗଂଜେଇ ଚାଲାଣ ଅଭିଯୋଗରେ ଉଭୟଙ୍କୁ ଗିରଫ କରିଥିଲେ। ସେହିପରି କନ୍ଧମାଳ ଜିଲ୍ଲା କେରେଡିଗୁଡା ଗ୍ରାମର ନରେଶ ନାଏକ(୩୦) ଓ ଅଶୋକ ବେହେରା ଏକ ବାଇକ ଯୋଗେ ଗଂଜେଇ ଧରି ଯାଉଥିବା ସମୟରେ ଅବକାରୀ ବିଭାଗ ମାଧପୁରଠାରେ ବାଇକ ଉପରେ ଚଢାଉ କରାଯାଇ ସେମାନଙ୍କ ଠାରୁ ୫ କିଲୋ ଗଂଜେଇ ଜବତ କରି ଉଭୟଙ୍କ ଗିରଫ କରିଥିଲେ। ଚଢାଉରେ ଅବକାରୀ ଇନିସପେକ୍ଟର ବିଜୟ କୁମାର ଧରୁଆ, ସବଇନିସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ସାମିଲ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories