ଗାନ୍ଧୀମୟ ଓଡିଶା, ଶୋଭାଯାତ୍ରାରେ ସବୁବର୍ଗ ସାମିଲ

କଟକ: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶାର ଆଗମନର ଶତବାର୍ଷିକୀ ସମାରୋହକୁ ସହରବାସୀ ଉତ୍ସାହର ସହିତ ପାଳନ କରିଛନ୍ତି। ୧୯୨୧ ମାର୍ଚ୍ଚ ୨୩ରେ ଗାନ୍ଧିଜୀ ଓଡ଼ିଶା ଆଗମନ କରି କଟକଠାରେ ପ୍ରଥମେ ପଦାର୍ପଣ କରିଥିଲେ। ଏହି ସ୍ମୃତିକୁ ଉଦ୍‌ଜୀବିତ କରି ଯୁବମାନସରେ ଗାନ୍ଧୀ ଚେତନାକୁ ଜାଗ୍ରତ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବିଭିନ୍ନ ଦଳର ନେତା​‌ ଓ ଶତାଧିକ କର୍ମୀଙ୍କ ସମେତ ସମସ୍ତ ପୂଜା କମିଟି କର୍ମକର୍ତ୍ତା, ୭୨ ଦିଗଭାଗ ସଂକୀର୍ତ୍ତନ ମଣ୍ଡଳୀ, ବିଭିନ୍ନ ଅନୁଷ୍ଠାନ, ସଂଗଠନ, ନଦୀୟା ସଂକୀର୍ତ୍ତନ ମଣ୍ଡଳୀ, ବିଭିନ୍ନ ସମ୍ପ୍ରଦାୟ ଯୋଗଦେଇ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।

କଟକ ରେଲୱେ ଷ୍ଟେସନ୍‌ରୁ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା। ଏଠାରେ ବହୁ ବିଶିଷ୍ଟ ବ୍ୟକ୍ତି ଏକତ୍ର ହୋଇ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବିଭିନ୍ନ ଗାନ୍ଧୀପ୍ରେମୀ ଅନୁଷ୍ଠାନ ସହିତ ଜିଲା ପ୍ରଶାସନର ସହଯୋଗରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ଆବାହକତ୍ବରେ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ରାମଧୁନ ଏବଂ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଓ ବାର୍ତ୍ତା ସହ ବିଭିନ୍ନ ପ୍ରଜ୍ଞାପନ ମେଢକୁ ଶୋଭାଯାତ୍ରାରେ ସାମିଲ କରାଯାଇଥିଲା। ଏଥିସହିତ ବିଭିନ୍ନ ଜିଲାର ପାରମ୍ପରିକ ନୃତ୍ୟ ପରିବେଷଣ ମଧ୍ୟ ଏହି ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା। ଶୋଭାଯାତ୍ରା ରେଲୱେ ଷ୍ଟେସନରୁ ବାହାରି କଲେଜଛକ, ରାଣୀହାଟ, ମଙ୍ଗଳାବାଗ, ନୁଆପାଟଣା, ମାଛୁଆ ବଜାର, ହାୱଡାମୋଟର ଛକ, ମସ୍ତାନ ଦର୍ଘା, ମଣିସାହୁ ଛକ, କଦମ ରସୁଲ, ସିଟି ହସ୍ପିଟାଲ ଛକ, ଅମରେଶ୍ବର ମନ୍ଦିର, ବକ୍ସିବଜାର, ବାରପଥର ଦେଇ ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ହାଇକୋର୍ଟ ଛକ ଦେଇ ନେତାଜୀ ସୁଭାଷ ବୋଷ ସେତୁ ଛକ (ପୁରାତନ ବେଲିଭ୍ୟୁ ଛକ)ଠାରେ ପହଞ୍ଚିଥିଲା।

ସକାଳେ ବାଚସ୍ପତି ଡ. ସୁର୍ଯ୍ୟ ନାରାୟଣ ପାତ୍ର ଶୋଭାଯାତ୍ରାର ଶୁଭାରମ୍ଭ କରି ଜାତିର ପିତା ମହାତ୍ମା ଗାନ୍ଧୀ ଜଣେ ବ୍ୟକ୍ତି ନୁହନ୍ତି ସେ ଏକ ବିଚାରଧାରା ଏବଂ ଆଦର୍ଶ ବୋଲି ମତବ୍ୟକ୍ତ କରିଥିଲେ। ବିଶ୍ୱକୁ ସେ ଯେଉଁ ଅହିଂସାର ମନ୍ତ୍ର ଶିଖାଇ ଦେଇଗଲେ ତାହା ଭାରତକୁ ବିଶ୍ୱସ୍ତରରେ ସ୍ୱତନ୍ତ୍ର ପରିଚୟ ଦେଇପାରିଛି ବୋଲି ସେ କହିଥିଲେ। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଇଂ ମହମ୍ମଦ ମୋକିମ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅମର ପ୍ରସାଦ ଶତପଥୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ବିଧାୟକ ପ୍ରଶାନ୍ତ ବେହେରା, ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସମୀର ଦେ, ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ପ୍ରଭାତ ରଞ୍ଜନ ବିଶ୍ୱାଳ, ଗାନ୍ଧିବାଦୀ ପଦ୍ମ ଚରଣ ନାୟକ, ନୟନକିଶୋର ମହାନ୍ତି, ସୁରେଶ ମହାପାତ୍ର, ମଧୁସୂଦନ ସାହୁ, ଗିରିବାଳା ବେହେରା, ଲଲାଟେନ୍ଦୁ ବଡୁ, ଶ୍ରୀତମ ଦାସ, ସୁଭଦ୍ରା ଦାସ, ଅନିତା ବେହେରା, ଶଶିଭୂଷଣ ଦାସ, ପ୍ରଫୁଲ୍ଲ ସିଂ, ବିଜୟ ବେହେରା, ସ୍ମୃତି ପଟ୍ଟନାୟକ, ରଞ୍ଜିତା କାହାଳୀ, ଶୈଳବାଳା ଜେନା, ତୃପ୍ତି ଦାସ, ଉପେନ୍ଦ୍ର ପାଢୀ, ଧର୍ମେଶ ନାୟକ, ପ୍ରଶାନ୍ତ ନାୟକ, ଗୌତମ ଦାସ, ମହମ୍ମଦ ସକିଲ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ଜିଲାପାଳ ଭବାନୀ ଶଙ୍କର ଚୟନୀ ଅଧିକାରୀଙ୍କ ସହ ପଦଯାତ୍ରାରେ ସାମିଲ ହୋଇଥଇଲେ। ଜଗନ୍ନାଥ ସେବା ଅନୁଷ୍ଠାନ ସହାୟତାରେ ଶୋଭାଯାତ୍ରା ସମୟରେ ପରିଷ୍କାର ପରିଛନ୍ନତା ରକ୍ଷା କରିଥିଲେ। ସିଏମସି କମିସନର ଅନନ୍ୟା ଦାସଙ୍କ ସମେତ ଅତିରିକ୍ତ ଜିଲାପାଳ, ପ୍ରକଳ୍ପ ନିର୍ଦେଶକ, ଉପ ଜିଲାପାଳଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

ସ୍ବାଧୀନତା ସଂଗ୍ରାମୀ ଗୃହ ଉଦ୍‌ଘାଟିତ
ସ୍ବରାଜ ଆଶ୍ରମଠାରେ ଅପରାହ୍ନରେ ସାଂସଦ ଶ୍ରୀ ମହତାବଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନବନିର୍ମିତ ସ୍ବାଧୀନତା ସଂଗ୍ରାମୀ ଗୃହକୁ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। ଏକ ଡାକ ଟିକଟ୍‌ ଭର୍ଚୁଆଲ ମାଧ୍ୟମରେ ଭାରତ ସରକାରଙ୍କ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ସଞ୍ଜୟ ଧୋତ୍ରେଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଜିଲାପାଳ ଶ୍ରୀ ଚୟନୀଙ୍କ ସମେତ ମୁଖ୍ୟ ମହା ଡାକପାଳ କର୍ନେଲ ଜଲେଶ୍ବର କଁାହାର, ସମ୍ବଲପୁର ରିଜିଅନର ମୁଖ୍ୟ ଡାକପାଳ ଲଳିତେନ୍ଦୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପରେ ରାମଧୁନ ଓ ଭଜନର ଆୟୋଜନ କରାଯାଇଥିଲା।

ମହାନଗର ଶାନ୍ତି କମିଟି ପକ୍ଷରୁ ସମ୍ବର୍ଦ୍ଧନା
ଶତବାର୍ଷିକୀ ଶୋଭାଯାତ୍ରାକାରୀଙ୍କୁ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଦରଘାବଜାରସ୍ଥିତ କମିଟିର କାର୍ଯ୍ୟାଳୟ ସମ୍ମୁଖରେ କର୍ମକର୍ତ୍ତା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। କମିଟିର ସଭାପତି ଦେବେନ୍ଦ୍ରନାଥ ସାହୁ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ସିହ୍ନା ଓ ବିଜୟ ଦାଶ, ସାଧାରଣ ସମ୍ପାଦକ ଭିକାରୀ ଦାସ, ଉପସଭାପତି ଲକ୍ଷ୍ମୀଧର ପ୍ରଧାନ, ଧର୍ମେଶ ନାୟକ, ଶିବେନ୍ଦ୍ର ହାତୀ, ବିଜୟ ବେହେରା, ତାପସ ପ୍ରହରାଜ ଓ ଦେବେନ୍ଦ୍ର କାହାଳୀ, ସଂଗଠନ ସମ୍ପାଦକ ନରେଶ ସାହୁ, ସହସମ୍ପାଦକ ରବୀନ୍ଦ୍ର ବେହେରା, ଡ. ଦ୍ବିପାୟନ ପଟ୍ଟନାୟକ, ମୀନକେତନ ଦାସ, ପ୍ରଦୀପ ମହାରଣା, ଶୁଭାଶିଷ କର, ବିଜୟ ନାୟକ, କୋଷାଧ୍ୟକ୍ଷ କେଦାରନାଥ ବେହେରା, କାର୍ଯ୍ୟାଳୟ ସମ୍ପାଦକ କେଦାର ବେହେରା, ସହସମ୍ପାଦକ ସୁଦୀପ୍ତ ସ୍ୱାଇଁ, କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ରଞ୍ଜନ କର ଓ ଭାନୁ ପ୍ରତାପ ସାହୁ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

କଂଗ୍ରେସର ସମ୍ବର୍ଦ୍ଧନା
ଶତବାର୍ଷିକୀ ଶୋଭାଯାତ୍ରାରେ ବିଧାୟକ ଇଂ ମହମ୍ମଦ ମୋକିମ ଏବଂ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରାଙ୍କ ନେତୃତ୍ବରେ ବହୁ କର୍ମୀ ସାମିଲ ହୋଇଥିଲେ। ସନାତନ ପୃଷ୍ଟି, ପ୍ରଦୀପ ପ୍ରଧାନ, ନିକୁଞ୍ଜ ପଶାୟତ, ବିଶ୍ବଜିତ ଦାସ, ତୃପ୍ତି ଦାସ, ଶୈଳବାଳା ଜେନା, ଆର୍ଯ୍ୟବୀର ଲେଙ୍କା, ବିକି ଚକ୍ରବର୍ତ୍ତୀ, ମହମ୍ମଦ ଅଲିମ, ସନ୍ତୋଷ ବଳ, ସନ୍ତୋଷ ଭୋଳ, ରଶ୍ମି ରଞ୍ଜନ ମିଶ୍ର, ସୁଭାଶିଷ ପଟ୍ଟନାୟକ, ସୁରଜିତ ସାହୁ, ବିଜୟ ବାରିକ, ଶରତ ଚନ୍ଦ୍ର ସେଠୀ, ଅମ୍ରିତା ଦାସ ଯୋଗ ଦେଇଥିଲେ।

ସର୍ବୋଦୟ ମଣ୍ଡଳ ପକ୍ଷରୁ ପଦଯାତ୍ରା
ଏକ ସ୍ମାରକୀ ପଦଯାତ୍ରା ଗୁଣନିଧି ଭବନଠାରୁ ବାହାରି ସ୍ବରାଜ ଆଶ୍ରମ ପର୍ଯ୍ୟନ୍ତ ଯାଇଥିଲା। ଏହାକୁ ସର୍ବୋଦୟ ମଣ୍ଡଳର ସଭାପତି କୈଳାସ ଚନ୍ଦ୍ର ସାହୁ ଉଦ୍‌ଘାଟନ କରିଥିଲେ। ସଂଗ୍ରାମୀ ଫୋରମର ସମ୍ପାଦକ ପ୍ରଶାନ୍ତ ଦାସଙ୍କ ସଂଯୋଜନାରେ କଟକ ଜିଲା ସର୍ବୋଦୟ ମଣ୍ଡଳର ସଭାପତି କୈଳାସ ଚନ୍ଦ୍ର ବରାଳ, ଶୋଭନୀୟ ଶିକ୍ଷାଶ୍ରମର ଲୋକ ସମ୍ପର୍କ ସମ୍ପାଦିକା ଅରୁନ୍ଧତୀ ଦେବୀ, ରବିନ୍ଦ୍ର ମହାନ୍ତି, ବସନ୍ତ କୁମାରୀ ନନ୍ଦ, ଡଲି ଦାସ, ମଳୟ ତ୍ରିପାଠୀ, କାହ୍ନୁ ଚରଣ ବେହୁରା, ମାଳତୀ ପାତ୍ର, ଡ. ସତ୍ୟ ରାୟ, ଇନ୍ଦୁମତି ସାହୁ, ଅଧ୍ୟାପିକା ସୌଦାମିନୀ ନାୟକ, ସେକ ଅବଦୁଲ୍ଲା, ପି. ସରୋଜିନୀ, ରେଣୁକା ସାହୁ, ତ୍ରିଲୋଚନ କଣ୍ଟା ପ୍ରଭୃତି ଅଂଶଗ୍ରହଣ କରିଥିଲେ।

ସଂଗ୍ରାମୀ ଜଗନ୍ନାଥ ରଥଙ୍କ ଫଟୋଚିତ୍ର ସ୍ଥାନିତ
ସ୍ବରାଜ ଆଶ୍ରମରେ ସ୍ବାଧୀନତା ସଂଗ୍ରାମୀ ଜଗନ୍ନାଥ ରଥଙ୍କ ଫଟୋଚିତ୍ର ସ୍ଥାନିତ ହୋଇଛି। ଆଶ୍ରମର ପ୍ରଥମ ପରିଚାଳକ ଗୋପବନ୍ଧୁ ସେବା ସଦନ (କାଦୁଆ ଆଶ୍ରମ)ର ପ୍ରତିଷ୍ଠାତା, ଗୋପବନ୍ଧୁ ଭବନ, ପୁରୀର ନିର୍ମାତା ସାଙ୍ଗଯୋଡ଼ି ଆଶ୍ରମର ପ୍ରତିଷ୍ଠାତା ସ୍ବାଧୀନତା ସଂଗ୍ରାମୀ ଜଗନ୍ନାଥ ରଥ ଥିଲେ। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ଇଂ. ମହମ୍ମ ମୋକିମ୍‌, ପ୍ରଭାତ ତ୍ରିପାଠୀ, ମନୋରଞ୍ଜନ ମହାନ୍ତି, ମଧୁ ସାହୁ, ଧର୍ମେଶ ନାୟକ, ସଞ୍ଜିବ ଜେନା, ଜଗନ୍ନାଥ ସ୍ବାଇଁ ଯୋଗ ଦେଇଥିଲେ। ଗାନ୍ଧୀ ଶାନ୍ତି ଫାଉଣ୍ଡେସନର ଅଧ୍ୟକ୍ଷ ଜଷ୍ଟିସ ମନୋରଞ୍ଜନ ମହାନ୍ତି ଗାନ୍ଧୀଙ୍କ କଟକ ଆଗମନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

Comments are closed.