www.samajalive.in
Friday, December 5, 2025
20.1 C
Bhubaneswar

‘ମନ୍ଥା’ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ: ଗଜପତି ଜିଲାପାଳ

ପାରଳାଖେମୁଣ୍ଡି: ସାମୁଦ୍ରିକ ବାତ୍ୟା ‘ମନ୍ଥା’ ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାର ମୁକାବିଲା ସକାଶେ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି। ଏ ନେଇ ଗଜପତି ଜିଲ୍ଲାପାଳ ମଧୁମିତା ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ମୁତାବକ, ସାମୁଦ୍ରିକ ବାତ୍ୟା ଆନ୍ଧ୍ର ପ୍ରଦେଶର କାକିନଡାଠାରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏହା ପ୍ରଭାବରେ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ବୋହିବା ସମ୍ଭାବନା ରହିଛି।  ଅକ୍ଟୋବର୨୭ ଓ୨୯ତାରିଖରେ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୨୮ତାରିଖରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାପାଳ ଜଣାଇଛନ୍ତି। ପରିସ୍ଥିତିର ମୁକାବିଲା ସକାଶେ ଜିଲ୍ଲା ସଦରମହକୁମା ସମେତ ପ୍ରତ୍ୟେକ ପଞ୍ଚାୟତ ଓ ବ୍ଲକରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ତାହାର ତଦାରଖ କରିବା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି। ଜିଲ୍ଲାରେ ରହିଥିବା ୧୩୯ଟି ଭୂସ୍ଖଳନ  ପ୍ରଭାବିତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା କାର୍ଯ୍ୟ ପ୍ରଶାସନ ତରଫରୁ ଆରମ୍ଭ ହୋଇଛି। ଡାକବାଜି ଯନ୍ତ୍ର ଦ୍ଵାରା ଲୋକଙ୍କୁ ସତର୍କ କରାଯାଇଛି।

- Advertisement -

୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ରଗୁଡିକ ଛୁଟି କରାଯାଇଛି। ଅଙ୍ଗନୱାଡି କେନ୍ଦ୍ରକୁ ଯାଉଥିବା ପିଲାଙ୍କ ଘରକୁ ଯାଇ ଖାଦ୍ୟ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ସ୍ଥାୟୀ ଭାବେ ରହିଥିବା ୫ଟି ବାତ୍ୟା ଆଶ୍ରୟସ୍ଥଳୀ ସମେତ ବିଭିନ୍ନ ବିଦ୍ୟାଳୟ ଓ ପଞ୍ଚାୟତ କୋଠାଗୁଡିକୁ  ଅସ୍ଥାୟୀ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବା ସହ ସେଠାରେ ଥଇଥାନ ହୋଇଥିବା ଲୋକଙ୍କୁ ଖାଦ୍ୟପେୟ ଦେବା ବ୍ୟବସ୍ଥା କରାଯାଇଛି। ଏହି ସମ୍ଭାବ୍ୟ ବର୍ଷା ପବନ ସମୟରେ ୨୪ ଘଣ୍ଟିଆ ମୋବାଇଲ ସେବା ଯେପରି ଯୋଗାଇହେବ ତାହାର ବ୍ୟବସ୍ଥା କରିବା ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୂର୍ତ୍ତ ବିଭାଗରୁ ବର୍ଷାପବନ ବେଳେ ଓ ତା ପରବର୍ତ୍ତୀ ସମୟର ପରିସ୍ଥିତିକୁ ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା କରିବା ସକାଶେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତୀତର ଅନୁଭୂତିକୁ ଆଧାର କରି ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା ସକାଶେ ୨ଟି ଓଡ୍ରାଫ୍ ଟିମକୁ ଗଜପତି ଜିଲ୍ଲାକୁ ପଠାଇବା ନିମନ୍ତେ ପ୍ରଶାସନ ତରଫରୁ ସରକାରଙ୍କୁ ଜଣାଯାଇଛି ବୋଲି ଜିଲ୍ଲାପାଳ ମଧୁମିତା ଗଣମାଧ୍ୟକୁ ସୂଚନା ଦେଇଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହି ସାମୁଦ୍ରିକ ଝଡ ପ୍ରଭାବରେ ଅଧିକରୁ ଅଧିକ ବୃଷ୍ଟିପାତ ସମ୍ଭାବନା ସହ ବଜ୍ରପାତ ହେବାର ଆଶଙ୍କା ରହିଥିବାରୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ପର୍ଯ୍ୟଟନସ୍ଥଳକୁ ବନ୍ଦ ରଖାଯାଇଛି। ବର୍ଷା ସହ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଥିବାରୁ ଜଳପ୍ରପାତ ସମେତ ମହେନ୍ଦ୍ରଗିରି ଓ ବିଏନ୍ ପ୍ୟାଲେସକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories