www.samajalive.in
Tuesday, December 9, 2025
17.1 C
Bhubaneswar

ବନାଖଣ୍ଡିରେ ଗଜଲଷ୍ମୀ ପୂଜା ସମାପନ

କୋଣାର୍କ : କୋଣାର୍କ ନିକଟସ୍ତ ବନାଖଣ୍ଡି ଛକ ଠାରେ ବନାଖଣ୍ଡି ଗଜଲଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ପବିତ୍ର ଗଜଲଷ୍ମୀ ପୂଜା ଦୀର୍ଘ ୭ ଦିନ ହେବ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି। ଗତ ୨୪ ତାରିଖ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଗଜଲଷ୍ମୀ ପୂଜା ଆଜି ଭାଷାଣୀ ସହିତ ମା ଜଗଧାତ୍ରୀ ଧନଦାତ୍ରୀ ଲଷ୍ମୀଙ୍କୁ ବିଦାୟ ଦିଆଯାଇଛି। ଏହି ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ କମିଟି ପକ୍ଷରୁ ମା’ଙ୍କ ମଣ୍ଡପ ନିକଟରେ ଭଜନ ପରିବେଷଣ, ନାମ ସଂକୀର୍ତ୍ତନ, ଘୋଡାନାଚ ଓ ଲୋକନୃତ୍ୟ ସମେତ ମେଲୋଡି କାର୍ୟ୍ୟକ୍ରମ ଆୟୋଜିତ କରା ଯାଇଥିଲା। ଏହି ପୂଜାରେ ମା’ଙ୍କ ଆକର୍ଷଣୀୟ ମେଢ଼, ପ୍ରତିମା ଓ ତୋରଣ ସାଜସଜ୍ଜା ଦେଖିବାକୁ ନିକଟ ଗ୍ରାମ ଗୁଡିକର ଲୋକମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି କାର୍ୟ୍ୟକ୍ରମକୁ କମିଟିର ସଭାପତି ପ୍ରକାଶ ଚନ୍ଦ୍ର ବରାଳ, ସମ୍ପାଦକ ପିଙ୍କନ ପ୍ରସାଦ ଜେନାଙ୍କ, କୋଷାଧ୍ୟକ୍ଷ ଅଶୋକ ଜେନା ଓ ପ୍ରଣୟ ବିଶ୍ବାଳଙ୍କ ସମେତ ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories