www.samajalive.in
Monday, December 8, 2025
24.1 C
Bhubaneswar

‘କରୋନା’ ମୁକାବିଲା : ଏକାଠି ହେଲେ ଜି-୭ ରାଷ୍ଟ୍ର

ବର୍ଲିନ : କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଉପୁଜିଥିବା ମହାମାରୀ ସଦୃଶ ପରିସ୍ଥିତିର ମୁକାବିଲା ପାଇଁ ଜି-୭ ସଦସ୍ୟ ରାଷ୍ଟ୍ରମାନେ ଏକ ମିଳିତ ପଦ୍ଧତି ଗ୍ରହଣ କରୁଛନ୍ତି । ଜର୍ମାନୀ ସ୍ୱାସ୍ଥ୍ୟମନ୍ତ୍ରୀ ଜେନ୍‍ସ ସ୍ପାନ୍‍ କହିଛନ୍ତି, ସେ ଆମେରିକା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ।
ଏହି ମହାମାରୀ ବ୍ୟାପିବାକୁ ରୋକିବା ପାଇଁ ଜି-୭ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରାଯିବା ସଂକ୍ରାନ୍ତରେ ସେମାନେ ଏକମତ ହୋଇଛନ୍ତି । ଜି-୭ ସଦସ୍ୟ ଦେଶଗୁଡିକ ମଧ୍ୟରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ,ଜାପାନ, ବ୍ରିଟେନ୍‍ ଓ ଆମେରିକା ରହିଛନ୍ତି। ଇତିମଧ୍ୟରେ ମଙ୍ଗୋଲିଆ,ରୁଷ ଓ ନେପାଳ ସେମାନଙ୍କର ସ୍ଥଳସୀମାକୁ ବନ୍ଦ କରିଦେଇଛନ୍ତି ।

ଅନ୍ୟ ପକ୍ଷରେ ଚୀନରୁ ନିଜ ଦେଶକୁ ଫେରାଇ ନେଉଥିବା ନାଗରିକମାନଙ୍କୁ ବିଭିନ୍ନ ଦେଶ ନିଜନିଜର ସେନା ଯାଞ୍ଚ ଶିବିରମାନଙ୍କରେ ରଖି ଚିକିତ୍ସା କରୁଛନ୍ତି । ବାଂଲାଦେଶ ନିଜ ଦେଶରେ ପହଞ୍ଚୁଥିବା ଚୀନ ନାଗରିକମାନଙ୍କୁ ଭିସା ଦେବାକୁ ମନା କରି ଦେଇଛି ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories