ଜି.ଉଦୟଗିରି: ଜି.ଉଦୟଗିରି ଥାନା ଅନ୍ତର୍ଗତ ବାଡେନାଜୁ ଗ୍ରାମର ପ୍ରଭାସିନି ସାହୁ ୨୧ ବର୍ଷ ୨୦୧୮ ମସିହାରେ କଳିଙ୍ଗା ଡିଏଭି ଗ୍ରାମର କେଶବ ଚନ୍ଦ୍ର ସାହୁ ୨୮ ବର୍ଷଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ସଂସାର ସୁରୁଖୁରରେ ଚାଲିଲା ପରେ କେଶବ ମଦ ପିଇ ପ୍ରଭାସିନିକୁ ପିଟାପିଟି କରିବାରୁ ପ୍ରଭାସିନି ତାଙ୍କ ବାପ ଘରକୁ ଚାଲିଯାଇଥିଲେ। ଗତକାଲି କେଶବ ପ୍ରଭାସିନିଙ୍କ ଘରକୁ ଯାଇ ବୁଝାସୁଝି କରି ମଦ ପିଇବି ନାହିଁ କହିବାରୁ ପ୍ରଭାସିନି କେଶବ ସହିତ ଶାଶୁ ଘରକୁ ଫେରିଥିଲେ। ହେଲେ ଶାଶୁ ଘରକୁ ସିର୍କୀ ଦେଇ ଯିବା ରାସ୍ତାରେ କେଶବ ପ୍ରଭାସିନିକୁ ବଣକୁ ଆମ୍ବ ତୋଳିଯିବାକୁ କହିଥିଲେ। ପ୍ରଭାସିନୀ ନ ଯିବାରୁ କେଶବ ଉତ୍ତ୍ୟକ୍ତ ହୋଇ ଏକ ପଥରରେ ପ୍ରଭାସିନୀର ମୁଣ୍ଡକୁ ଛେଚି ଦେଇଥିଲେ।
ପ୍ରଭାସିନୀର ଏତଲାକୁ ଭିତିକରି ଜି.ଉଦୟଗିରି ଥାନା କେସ୍ ନଂ ୩୯/୨୧ ଧାରା ୩୨୩,୪୯୮(ଏ),୩୦୭ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।



